କରୱା ଚୌଥରେ ଉପବାସ ସ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର, ନିଷ୍ଠୁରତା କହି ଦେଇପାରିବେନି ଛାଡପତ୍ର

1 min read

ନୂଆଦିଲ୍ଲୀ: କରୱା ଚୌଥରେ ଉପବାସ ନକଲେ ଏହାକୁ ନିଷ୍ଟୁରତା କହିପାରିବେନି ସ୍ବାମୀ  । ଛାଡପତ୍ର ଦେବା ଉପବାସ କରିବା ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ ବ୍ୟାପାର । ଯଦି ଏହି ଉପବାସ କରିବାକୁ ସ୍ତ୍ରୀ ଅଗ୍ରାହ୍ୟ କରନ୍ତି ତେବେ ସ୍ବାମୀ ନିଷ୍ଠୁରତା ବୋଲି ଚିତ୍ରଣ କରିପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହ ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଛାଡପତ୍ର ମାମଲାକୁ ସମ୍ମତି ଦେଇଛନ୍ତି କୋର୍ଟ । ପତ୍ନୀଙ୍କର ତାଙ୍କ ପତିଙ୍କ ସହ ଦାମ୍ପତ୍ୟ ଜୀବନ ପ୍ରତି ସମ୍ମାନ ନ ରହିବା ହୃଦବୋଧ କରି ଛାଡପତ୍ରକୁ ସ୍ବୀକାର କରିଛନ୍ତି କୋର୍ଟ  ।

କିନ୍ତୁ ଅପରପକ୍ଷେ ଉପବାସକୁ ନେଇ ରାୟ ଶୁଣାଇଛନ୍ତି କୋର୍ଟ  । କରୱା ଚୌଥରେ ଜଣେ ମହିଳା ଉପବାସ ନକରିବାରୁ ତାଙ୍କ ସ୍ବାମୀ କ୍ଷୁବ୍ଧ ହୋଇଥିଲେ ଏବଂ ଏହାକୁ ନେଇ ସ୍ତ୍ରୀଙ୍କ ପ୍ରତି ହିଂସ୍ର ଆଚରଣ କରିଥିଲେ । ହାଇକୋର୍ଟ କହିଛନ୍ତି- ଉପବାସ କରିବା ନ କରିବା ଜଣେ ସ୍ତ୍ରୀଙ୍କ ନିଜସ୍ବ ଇଚ୍ଛା ।

ସେପଟେ ସ୍ତ୍ରୀଙ୍କ କେତେକ ଆଚରଣ ନେଇ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ଗତ ୨୦୨୧୧ରେ ସ୍ବାମୀଙ୍କ ସ୍ନାୟୁଜନିତ ସମସ୍ୟା ସୃଷ୍ଟି ହେବା ପରେ ସ୍ତ୍ରୀ ସିନ୍ଦୂର ପୋଛି ଦେବା ସହ ଚୁଡ଼ି ଭାଙ୍ଗିଦେଇଥିଲେ । ଧଳା ଶାଢ଼ି ପିନ୍ଧିଥିଲେ । ନିଜକୁ ଜଣେ ବିଧବା ବୋଲି ସେ ପରିଚୟ ଦେଉଥିଲେ । ସେମାନେ ୨୦୦୯ରେ ବିବାହ କରିଥିଲେ ଏବେ ୨୦୧୧ରେ ସେମାନଙ୍କ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ପାରିବାରିକ ହିଂସା କାରଣରୁ ଛାଡପତ୍ର ଚାହିଁଥିଲେ ସ୍ବାମୀ ।

ନିମ୍ନକୋର୍ଟ ଛାଡପତ୍ର ସପକ୍ଷରେ ରାୟ ଦେଇଥିବା କାରଣରୁ ସ୍ତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ନିମ୍ନକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଅଦାଲତ ।