spot_img

Latest Posts

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ; ହୋଟେଲର ମାଲିକ ଲବକେଶ ବଜାଜ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ମାଲବୀୟ ନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା। ଦିଲ୍ଲୀ ହୋଟେଲର ମାଲିକ ଲବକେଶ ବଜାଜ ଗିରଫ। ଏହି ଘଟଣାରେ ପ୍ରାଣ ହରାଇଥିଲେ ୨୧ ଜଣ। ଏହି ହୋଟେଲରେ ଅଗ୍ନିଶମ ବିଭାଗ ପକ୍ଷରୁ ମିଳି ନଥିଲା ନୋ ଅବଜେକସନ ସାର୍ଟିଫିକେଟ। ଲବକେଶଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜାରି କରିଥିଲା ଲୁକଆଉଟ ସର୍କୁଲାର। ଗତକାଲି ସକାଳ ୯ଟାରେ ନିଆଁ ଲାଗିଥିଲା। ମାଲବୀୟ ନଗରରେ ଏହି ଅଘଟଣ ଘଟିଥିଲା । ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ମୃତାହତଙ୍କ ମଧ୍ୟରେ ୧୮ ଜଣ ବିଦେଶୀ ଥିବା ଜଣାପଡ଼ିଛି । ଏହି ଅଘଟଣରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୃତକଙ୍କ ପିଛା ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ବିିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ପଟ୍ଟନାୟକ।

Latest Posts

Don't Miss