ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ବିବେକ ନଗର ଅଞ୍ଚଳର ଏକ ୪ ମହଲା କୋଠାରେ ରାତିରେ ନିଆଁ ଲାଗିଥିଲା। ୪ଟା ଆଡ଼କୁ ଦମକଳକୁ ଖବର ଦିଆଯାଇଥିଲା। ସେମାନେ ଆସି ସକାଳ ୬ଟା ସୁଦ୍ଧା ନିଆଁ ଲିଭାଇଥିଲା। ଏଥିରେ ଲାଗିଥିଲା ୧୪ଟି ଦମକଳ। କେତେକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ବଢ଼ିବାର ଆଶଙ୍କା ବି ଅଛି। ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ରାତି ୨ଟାରୁ ୩ଟା ଭିତରେ, ସମସ୍ତେ ଶୋଇଥିବା ବେଳେ ଏହି ନିଆଁ ଲାଗିଥିଲା। କୁହାଯାଉଛି ପ୍ରଥମେ ଏକ ଏସିରେ ନିଆଁ ଲାଗି ପରେ ବିସ୍ଫୋରଣ ହୋଇଥିଲା। ଏହା ପରେ ପୁରା ବିଲଡିଂକୁ ନିଆଁ ବ୍ୟାପିଥିଲା। ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ମହଲାରେ ଲାଗିଥିଲା ନିଆଁ। ଲିଭାଇବା କାମରେ ଲାଗିଥିଲା ୧୪ଟି ଦମକଳ ବାହିନୀ। ଆହତଙ୍କୁ ଗୁରୁ ତେଗ ବାହାଦୁର ହସପିଟାଲରେ ଭର୍ତ୍ତି କରାଯାଇଛି।

