ସୁପ୍ରିମକୋର୍ଟ କମିଟିରୁ ଓହରିଲେ BKU ନେତା ଭୁପିନ୍ଦର ସିଂହ ମାନ, କହିଲେ ପଞ୍ଜାବ ଓ ଚାଷୀଙ୍କ ସହ ଅଛି…
1 min readନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଗଠିତ ହୋଇଥିବା ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟିରୁ ଓହରିଛନ୍ତି ଭାରତୀୟ କିସାନ ୟୁନିଅନ୍ (ବିକେୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅଖିଳ ଭାରତୀୟ କିସାନ ସମନ୍ୱୟ ସମିତି ଅଧ୍ୟକ୍ଷ ଭୁପିନ୍ଦର ସିଂହ ମାନ ।
ଏହା ପୂର୍ବରୁ କୃଷକ ମାନେ ଅଭିଯୋଗ କରିଥିଲେ ଯେ ଭୁପିନ୍ଦର ଆଗରୁ ହିଁ ୩ କୃଷି ଆଇନକୁ ସମର୍ଥନ କରିସାରିଛନ୍ତି ।
କମିଟିରେ ସାମିଲ ହେବା ପରେ ସେ କୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପରିକି ମୁଁ କୃଷକ ଓ ପଞ୍ଜାବ ପ୍ରତି ବିଶ୍ୱସ୍ତ ବୋଲି କହିଥିଲେ । ମୁଁ ଏମାନଙ୍କ ହିତ ପାଇଁ କିଛି ବି କରିପାରେ ଯଦି ଦରକାର ପଡେ ବଡ ପଦବୀ କିମ୍ବା ସମ୍ମାନକୁ ମଧ୍ୟ ପରିତ୍ୟାଗ କରିଦେବି ।
ହେଲେ ପରେ ପଞ୍ଜାବର ଖନ୍ନାରେ ଏକ ପ୍ରେସ୍ କନଫ୍ରେନ୍ସ କରି ଭାରତୀୟ କିସାନ୍ ୟୁନିଅନ୍ ଭୁପିନ୍ଦରଙ୍କୁ ନିଜ ସଙ୍ଗଠନରୁ ଅଲଗା କରିବା ପାଇଁ ଘୋଷଣା କରିଥିଲେ । ଏହା ପୂର୍ବରୁ ସେ ସୁପ୍ରିମକୋର୍ଟ କମିଟିରୁ ଓହରୁଥିବା ନେଇ ପ୍ରକାଶ କରିଛନ୍ତି।
S. Bhupinder Singh Mann Ex MP and National President of BKU and Chairman of All India Kisan Coordination Committee has recused himself from the 4 member committee constituted by Hon'ble Supreme Court pic.twitter.com/pHZhKXcVdT
— Bhartiya Kisan Union (Mann) (@BKU_KisanUnion) January 14, 2021
କିଏ ଏହି ଭୁପିନ୍ଦର ସିଂହ ମାନ-
ସୁପ୍ରିମକୋର୍ଟଙ୍କ ପକ୍ଷରୁ କୃଷକ ଓ ସରକାରଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ଲାଗି ୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଅଲ୍ ଇଣ୍ଡିଆ କିସାନ୍ କୋର୍ଡିନେସନ୍ କମିଟିର ପ୍ରମୁଖ ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ଭୁପିନ୍ଦର ସିଂହ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ତାଙ୍କ ସଙ୍ଗଠନ ଅଧିନରେ ଅନେକ କୃଷକ ସଙ୍ଗଠନ ରହିଛି । ଏଭଳି ସ୍ଥଳେ କୃଷକ ମାନଙ୍କ ଉପରେ ତାଙ୍କର ଭଲ ପ୍ରଭାବ ରହିଛି ।