କଣ ପାଇଁ ବୁଡିଲା କେଜ୍ରିଓ୍ବାଲଙ୍କ ଡଙ୍ଗା, ଜାଣନ୍ତୁ କାରଣ
1 min read![](https://nandighoshatv.com/wp-content/uploads/2025/02/କାହିଁକି-ବୁଡିଲା-କେଜ୍ରିଓ୍ବାଲଙ୍କ-ଡଙ୍ଗା-1-1-1024x576.jpg)
ନନ୍ଦିଘୋଷ ବ୍ୟୁରୋ: “ହମେ ତୋ ଅପନୋ ନେ ଲୁଟା , ଗେରୋ ମେ କହାଁ ଦମ୍ ଥା, ମେରୀ କସ୍ତି ଥୀ ଡୁବି ଓ୍ବହା ଯହାଁ ପାନୀ କମ୍ ଥା….” । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଯେଉଁ ଧାରା ଏବଂ ଫଳାଫଳ ସାମ୍ନାକୁ ଆସୁଛି ସେଥିରେ ଆପର ବହୁ ନେତା କହିଛନ୍ତି ଯେ ଆମ ନିଜର ଲୋକଙ୍କ ଦ୍ବାରା ଲୁଟ୍ ହେବାର କଥା ତ ପ୍ରମାଣିତ ହୋଇପାରିବ ନାହିଁ କିନ୍ତୁ ଏହା ସ୍ପଷ୍ଟ ଯେ ଡଙ୍ଗା ବୁଡିବାକୁ ଯାଉଛି । ଯେଉଁଥିରୁ ଜଣାପଡୁଛି ଯେ ଯମୁନାର ବିଷାକ୍ତ ଏବଂ ଦୂଷିତ ପାଣିରେ ହିଁ ଆପର ଡଙ୍ଗା ବୁଡିବାକୁ ଯାଇଛି । ଅନ୍ୟପଟେ ଆଉ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିଓ୍ବାଲ୍ ଏବଂ ଅନ୍ୟ ବଡ ବଡ ନେତା ଜେଲ୍ ଯିବା ଆପ ହାରିବାର ମୁଖ୍ୟ କାରଣ ହୋଇପାରେ । ତେବେ ପ୍ରକୃତରେ କେଉଁଠି କେଜ୍ରିଓ୍ବାଲଙ୍କ ଡଙ୍ଗା ବୁଡିଲା ଆସନ୍ତୁ ଜାଣିବା ।
ଯମୁନା ପାଣିରେ ବିଷ ସମସ୍ୟା :
ଦିଲ୍ଲୀ ଜନତାଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ୍ ବହୁତ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିରେ ସେ ଏହା ମଧ୍ୟ କହିଥିଲେ ଯେ, ଦିଲ୍ଲୀରେ ପ୍ରବାହିତ ହେଉଥିବା ଯମୁନା ନଦୀକୁ ପୁରାପୁରି ପରିବର୍ତ୍ତନନ କରିଦେବେ । ଯମୁନାରେ ଥିବା ମଇଳା ଏବଂ ବିଷାକ୍ତ ପଦାର୍ଥକୁ ସେ ସଫା କରିଦେବେ । କିନ୍ତୁ ତାଙ୍କର ୩ ଥର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ବି ସେ ଯମୁନାକୁ ସଫା କରିବାର ପ୍ରତିଶ୍ରୁତି ପୂରଣ କରିପାରିନଥିଲେ । ଫଳରେ ବିଜେପି ଏହାର ଭଲ ଫାଇଦା ନେଇ ଆପ ସରକାରଙ୍କୁ ଟାଗେର୍ଟ କରିଥିଲା ।
ବିଷାକ୍ତ ପାଣି ଘେରରେ କେଜ୍ରିଓ୍ବାଲ୍ :
ହରିୟାଣା ସରକାର ଯମୁନା ପାଣିକୁ ବିଷାକ୍ତ କରୁଥିବା ଅଭିଯୋଗ କରି ନିଜ ସରକାର ଉପରୁ ଦୋଷ ହଟାଇବାକୁ ଚେଷ୍ଟା କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ୍ । କିନ୍ତୁ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ସେହି ପାଣି ପିଇ କେଜ୍ରିଓ୍ବାଲଙ୍କୁ ଉଚିତ୍ ଜବାବ୍ ଦେଇଥିଲେ । ଏବଂ ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଥିଲେ ଯେ , ସେ ବି ଏହି ପାଣି ପିଅନ୍ତି । ଯମୁନା ପାଣି ବିଷାକ୍ତକୁ ନେଇ ସବୁବେଳେ ଅରବିନ୍ଦ କେଜ୍ରିଓ୍ବାଲ୍ ପଛଘୁଞ୍ଚା ଦେଇଥିବା ବେଳେ ଏହାକୁ ସଫା କରିପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ଅଲଗା କାର୍ଯ୍ୟକାଳରେ ଯମୁନାର ପାଣିକୁ ସଫା କରାଯିବାର ଦାବି କରୁଥିଲେ ।
ଦୃଢ ଏବଂ ସଚ୍ଚୋଟର ଭାବମୂର୍ତ୍ତି ଉପରେ ଦୁର୍ନୀତିର ଦାଗ :
ତେବେ ଦ୍ବିତୀୟ ପ୍ରସଙ୍ଗ ହେଉଛି , ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କର ସଚ୍ଚୋଟ ଭାବମୂର୍ତ୍ତି ଉପରେ ଦୁର୍ନୀତିର ଦାଗ । ଦିଲ୍ଲୀରେ ଏକ୍ସାଇଜ୍ ପଲିସୀ ଲାଗୁ ହେବା ପରେ ଆପର ବହୁ ନେତାଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିଲା । ଏବଂ ଅଭିଯୋଗ ହୋଇଥିଲା ଯେ ,ଶହ ଶହ କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ତେବେ ଏହାପରେ ଆପର ନେତା ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ , ମନୀଷ ସିସୋଦିଆ , ଅମାନତୁଲ୍ଲା ଖାନ୍ , ସଞ୍ଜୟ ସିଂହ ଏବଂ ନିଜେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଥିଲା । ଏବଂ କିଛି ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିଥିଲା ।
ବିଜେପି ଏହି ମାମଲାକୁ ନେଇ ବହୁତ ପ୍ରେସ କନଫରେନ୍ସ କରିଥିଲା ଓ ଲୋକଙ୍କୁ ଜଣାଇଥିଲା ଯେ , ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଦୃଢ ଏବଂ ସଚ୍ଚୋଟତାର ଭାବମୂର୍ତ୍ତି ବୋଲି ମାନୁଥିଲେ ସେ ନିଜେ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି । ଆପର ନେତାମାନେ ଜେଲରୁ ବାହାରିବା ପରେ ଏହାକୁ ବିଜେପିର ଏକ ଚକ୍ରାନ୍ତ ବୋଲି କହିବା ସହ ସେମାନେ କୋର୍ଟରେ ଆପ୍ ବିରୁଦ୍ଧରେ ଗୋଟେ ବି ପ୍ରମାଣ ଉପସ୍ଥାପନ କରିପାରିବେ ନାହିଁ ବୋଲି କହିଥିଲା । ତଥାପି , ବିଜେପିର ନେତା ମାନେ ଦିଲ୍ଲୀବାସୀଙ୍କ ନିକଟରେ ଆପ୍ ବିରୋଧରେ ସେମାନଙ୍କ ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଥିଲେ ।
ଏମସିଡି କ୍ଷମତାରୁ କ୍ଷତି :
ଦିଲ୍ଲୀ ନିର୍ବାଚନର ଫଳାଫଳ ଯାହା ସାମ୍ନାକୁ ଆସୁଛି ତାହା ଦେଖି ଲାଗୁଛି , ଏଥର ଆପ କ୍ଷମତାରୁ ହଟିବ । ଦିଲ୍ଲୀର ଲୋକେ ଏହାକୁ ଏମସିଡି ସହ ମଧ୍ୟ ଯୋଡୁଛନ୍ତି । ଦିଲ୍ଲୀ ଏମସିଡିରେ ଆପ୍ କ୍ଷମତାରେ ଅଛି । ଏପରି ପରିସ୍ଥିତିରେ ଏହା ଆଉ ଏକ ସଂଯୋଗ ମଧ୍ୟ ହୋଇପାରେ ଯେ , ଯେଉଁ ପାର୍ଟିର ସରକାର ଏମସିଡିରେ ଦଳ ଗଠନ କରେ । ସେହି ପାର୍ଟି ନିର୍ବାଚନରେ ପରାଜୟର ସାମ୍ନା କରିଥାଏ ।
ଏମସିଡିର ଶକ୍ତି କଣ ଓଲଟା ପ୍ରଭାବ ପକାଇଲା କି ?
ଦିଲ୍ଲୀରେ ସଫାସୁତରା , ସ୍ବେରଜ୍ ବ୍ୟବସ୍ଥା ଏବଂ ଅନ୍ୟସବୁ ପ୍ରସଙ୍ଗକୁ ନେଇ ଅରବିନ୍ଦ କେଜ୍ରିଓ୍ବାଲ୍ ପୂର୍ବ କିଛି ବର୍ଷ ଧରି ବିଜେପିକୁ ଟାଗେର୍ଟ କରିଆସୁଥିଲେ । ସେ କହୁଥିଲେ ଯେ ବିଜେପି ନେତାମାନେ ଏମସିଡିର ସମସ୍ତ କାମ କରନ୍ତି ନାହିଁ ଏବଂ କୋଟି କୋଟି ଟଙ୍କାର ଦୁର୍ନୀତି କରନ୍ତି । କିନ୍ତୁ , ଏମସିଡି ନିର୍ବାଚନରେ ଆପ ଦଳ ବିଜୟୀ ହେବା ପରେ, ବଲ ତାଙ୍କ କୋର୍ଟରେ ପଡ଼ିଗଲା ଏବଂ ଏବେ ଲୋକମାନେ ତାଙ୍କୁ ଅଳିଆ ଅପସାରଣ, ସ୍ୱେରେଜ୍ ସଫା କରିବା ଏବଂ ରାସ୍ତା ମରାମତି ଭଳି ଜିନିଷଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ଏବେ, ନିର୍ବାଚନରେ ମଧ୍ୟ, ଆମ ଆଦମୀ ପାର୍ଟିର ନେତାମାନେ ଏହି ପ୍ରସଙ୍ଗରେ ପଛକୁ ହଟି ରହିଥିଲେ, ଅର୍ଥାତ୍ MCD ମଧ୍ୟ ଆପ ଡଙ୍ଗାରେ କିଛି ପାଣି ମିଶାଇଥିଲା ।