ଦିଲ୍ଲୀରେ ବାଜିଲା ନିର୍ବାଚନୀ ବିଗୁଲ, ଗୋଟିଏ ଦିନରେ ହେବ ସମସ୍ତ ୭୦ଟି ଆସନ ପାଇଁ ଭୋଟ ଗ୍ରହଣ

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା । ଏଥିସହ ଦିଲ୍ଲୀରେ ଲାଗୁ ହେଲା ଆଦର୍ଶ ଆଚରଣବିଧି । ଫେବ୍ରୁଆରୀ ୮ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୧ରେ ହେବ ଭୋଟ ଗଣତି । ଏନେଇ ଜାନୁଆରୀ ୧୪ରେ ଜାରି ହେବ ବିଜ୍ଞପ୍ତି । ଜାନୁଆରୀ ୨୧ ହେଉଛି ନାମାଙ୍କନର ଶେଷ ତାରିଖ । ଗୋଟିଏ ଦିନରେ ସମସ୍ତ ୭୦ଟି ଆସନ ପାଇଁ ହେବ ଭୋଟ ଗ୍ରହଣ ।