spot_img

Latest Posts

ଆଉ ଦିନକ ପରେ ଫିଟିବ ଭୋଟ ପେଡ଼ି : ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ନନ୍ଦିଘୋଷ ବ୍ୟୁରୋ: ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଉ ଦିନକ ପରେ ହେବ ଭୋଟ ଗଣତି। ଗତକାଲି ପ୍ରାୟ ୫୮ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଛି। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟଗ୍ରହଣ କେନ୍ଦ୍ରରୁ ଇଭିଏମ ଷ୍ଟ୍ରଙ୍ଗରୁମକୁ ନେଇ ରଖାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଇଭିଏମ। ସୁରକ୍ଷା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଦିଲ୍ଲୀରେ ଭୋଟଗ୍ରହଣ ଲାଗି ମୋଟ ୧୩ ହଜାର ୭୬୬ଟି ବୁଥ କରାଯାଇଥିଲା । ଭୋଟ ଲାଗି ୪୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ । ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି। ଭୋଟଗ୍ରହଣ ପରେ ଚିତ୍ର ସ୍ପଷ୍ଟ ହୋଇଯିବ। ସେପଟେ ଗତକାଲି ଆସିଥିଲା ଏକଜିଟ ପୋଲ ରିପୋ ର୍ଟ। ଏକଜିଟ୍ ପୋଲ ରିପୋର୍ଟରେ ଆପ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ଦର୍ଶାଯାଇଛି । କିଛି ସର୍ଭେ ସଂସ୍ଥା ଆମ ଆଦମୀ ପାର୍ଟିକୁ ବହହୁମତ ଦେଇଥିବାବେଳେ ଅନ୍ୟ କିଛି ବିଜେପିକୁ ବହୁମତ ପ୍ରଦାନ କରିଛନ୍ତି ।

୨୦୧୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି।

Latest Posts

Don't Miss