ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ, ଭୋଟର ତାଲିକାକୁ ନେଇ ବଢୁଛି ବିବାଦ

1 min read

ନୂଆଦିଲ୍ଲୀ : ଦିଲ୍ଲୀରେ ପାଖେଇ ଆସୁଛି ନିର୍ବାଚନ। ସେପଟେ ଭୋଟର ତାଲିକାକୁ ନେଇ ବଢୁଛି ବିବାଦ। ଭୋଟର ତାଲିକାରୁ ଜାଣିଶୁଣି ଭୋଟରଙ୍କୁ ବାଦ୍ ଦିଆଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଯେଉଁମାନେ ବିଜେପି ବିରୋଧୀ ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଶେଷ କରି ପୂର୍ବାଞ୍ଚଳରୁ ଆସି ଦିଲ୍ଲୀରେ ରହୁଥିବା ଭୋଟରଙ୍କୁ ବାଦ୍ ଦିଆଯାଉଛି ବୋଲି କଂଗ୍ରେସ ନେତା କହିଛନ୍ତି। ତେଣେ ଦିଲ୍ଲୀରେ ଭୋଟଦାନରେ ବିଳମ୍ବ, ଭୋଟର ତାଲିକାରେ ତ୍ରୁଟି ଆଦି ପ୍ରସଙ୍ଗରେ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି କଂଗ୍ରେସ। ଦଳର ନେତା ତଥା ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ କହିଛନ୍ତି- ଦିଲ୍ଲୀରେ ଆପ୍ ପ୍ରତି ସମର୍ଥନ ହ୍ରାସ ପାଉଛି। ଭୋଟର ତାଲିକା ସଂଶୋଧନ ଜରିଆରେ ବିଜେପି ନିଜ ଫାଇଦା ଲାଗି ଚେଷ୍ଟା କରୁଛି। ସେହିପରି ଆପ ନେତା ବି ବିଜେପି ବିରୋଧରେ ଆଣିଛନ୍ତି ସମାନ ଅଭିଯୋଗ।