spot_img

Latest Posts

ଆଜି କୋର୍ଟରେ ହାଜର ହେବେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜାମିନ ଆବେଦନ କରିଛନ୍ତି । ଗତ ସୋମବାର ଠାରୁ ସିବିଆଇ ତାଙ୍କୁ ରିମାଣ୍ଡ ନେଇଥିବା ବେଳେ ଆଜି ତାଙ୍କ ରିମାଣ୍ଡ ଶେଷ ହେଉଛି ।

ଆଜି ଦିନ ୨ଟାରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିବ। ତେବେ ରିମାଣ୍ଡ ଅବଧି ସରିବା ପୂର୍ବରୁ ସେ ଜାମିନ ପାଇଁ ଆବେଦନ କରିଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଯଦି ସିବିଆଇ ଆଉ ରିମାଣ୍ଡରେ ନେବ ନାହିଁ, ତାହେଲେ ସେ କୋର୍ଟଙ୍କୁ ତାଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି ।

ଯଦି ସିବିଆଇ ଆଉ କୌଣସି ରିମାଣ୍ଡର ଆବଶ୍ୟକ ନାହିଁ ବୋଲି କୁହେ, ତାହେଲେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ହେବ। ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି। ସିବିଆଇ ଘଟଣାର ତଦନ୍ତ କରି ଗତ ରବିବାର ସିସୋଦିଆଙ୍କୁ ଗିରଫ କରିଥିଲା । ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ ।

Latest Posts

Don't Miss