ମୋଦିଙ୍କୁ ମନୀଷ ସିସୋଦିଆଙ୍କ ପ୍ରଶ୍ନ, କୁହନ୍ତୁ କେଉଁଠିକୁ ଆସିବି ?
1 min readନୂଆଦିଲ୍ଲୀ: ‘ଆପଣଙ୍କ ସମସ୍ତ ଚଢାଉ ଫେଲ୍ ମାରିଲା । କିଛି ମିଳିଲା ନାହିଁ । ଗୋଟିଏ ଟଙ୍କାର ହେରଫେର ହୋଇନାହିଁ । ଏବେ ଆପଣ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛନ୍ତି ଯେ ମନୀଷ ସିସୋଦିଆ ମିଳୁ ନାହାନ୍ତି । ଏହା କେଉଁ ନାଟକ ମୋଦିଜୀ ? ମୁଁ ଦିଲ୍ଲୀରେ ମୁକ୍ତ ବିଚରଣ କରୁଛି । କୁହନ୍ତୁ କେଉଁଠିକୁ ଆସିବାକୁ ହେବ ? ମୁଁ ଆପଣଙ୍କୁ କେମିତି ମିଳୁନାହିଁ ’? ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ ଜାରି ପରେ କିଛି ଏମିତି ଢଙ୍ଗରେ ମୋଦିଙ୍କୁ ସେ ପ୍ରଶ୍ନ କରିଛନ୍ତି ।
आपकी सारी रेड फैल हो गयी, कुछ नहीं मिला, एक पैसे की हेरा फेरी नहीं मिली, अब आपने लुक आउट नोटिस जारी किया है कि मनीष सिसोदिया मिल नहीं रहा। ये क्या नौटंकी है मोदी जी?
मैं खुलेआम दिल्ली में घूम रहा हूँ, बताइए कहाँ आना है? आपको मैं मिल नहीं रहा?— Manish Sisodia (@msisodia) August 21, 2022
ସିସୋଦିଆଙ୍କ ବ୍ୟତୀତ ଅନ୍ୟ ୧୨ ଜଣଙ୍କ ବିରୋଧରେ ବି ନୋଟିସ ଜାରି ହୋଇଛି । ଦିଲ୍ଲୀ ମଦନୀତିକୁ ନେଇ ସିବିଆଇ ଦାଏର କରିଥିବା ଏଫଆଇଆରରେ ସମସ୍ତଙ୍କ ନାମ ସ୍ଥାନ ପାଇଥିଲା । ସେମାନେ ଯେପରି ଦେଶ ବାହାରକୁ ଯାଇପାରିବେ ନାହିଁ ସେଥିଲାଗି ଏହି ନୋଟିସ ଜାରି ହୋଇଛି । ଗତ ଶୁକ୍ରବାର ୭ଟି ରାଜ୍ୟର ୩୧ଟି ସ୍ଥାନରେ ସିବିଆଇ ରେଡ କରିବା ସହ ସିସୋଦିଆଙ୍କ ବାସଭବନେରେ ସର୍ଚ୍ଚ ଅପରେସନ କରିଥିଲା ।
ସିବିଆଇର ଏଫଆଇଆରରେ ସ୍ଥାନ ପାଇଥିବା ୧୫ ଅଭିଯୁକ୍ତଙ୍କ ତାଲିକାରେ ସିସୋଦିଆଙ୍କ ନାମ ସର୍ବାଗ୍ରେ ରହିଛି । ଗତକାଲି ସିସୋଦିଆ ଅଭିଯୋଗ କରିଥିଲେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛି । ତଥାକଥିତ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି । ସିସୋଦିଆ କହିଥିଲେ- ଦିଲ୍ଲୀ ଅବକାରୀ ନୀତି ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କାର୍ଯ୍ୟକାରୀ କରାଯାଇଛି । ଏଥିରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ ।