ତବଲିଗି ଜମାତ୍ ମୁଖିଆ ମୌଲାନା ମହମ୍ମଦ ସାଦର ଫାର୍ମ ହାଉସ ଉପରେ କ୍ରାଇମ ବ୍ରାଂଚ୍ ଚଢଉ

1 min read

 

ଶାମଲିଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଂଚ୍ ଟିମ୍ ଗୁରୁବାର ଦିନ ତବଲିଗି ଜମାତର ଅମିର(ମୁଖ୍ୟ) ମୌଲାନ ସାଦର ଶାମଲି ସ୍ଥିତ ଫାର୍ମ ହାଉସ୍ ଉପରେ ଚଢଉ କରିଛି ।  ଚଢଉ ବେଳେ ସୁରକ୍ଷା ଦୃଷ୍ଟିକୋଣରୁ କ୍ରାଇମ ବ୍ରାଂଚ୍ ଟିମ୍ PPE ପିନ୍ଧିଥିଲେ ।

ପ୍ରାୟ ଦେଢ ଘଣ୍ଟା ଧରି କ୍ରାଇମ୍ ବ୍ରାଂଚ୍ ଟିମ୍ ମୌଲାନ ସାଦଙ୍କ ପରିବାର ବର୍ଗକୁ ଜେରା କରିଥିଲେ । ସୂଚନାଯୋଗ୍ୟ ଯେ, ତବଲିଗି ଜମାତ୍ କାରଣରୁ ଦେଶରେ କରୋନା ସଂକ୍ରମଣ ମାମଲା ଅଧିକ ବୃଦ୍ଧଇ ପାଇଛି । ଏପର୍ଯ୍ୟନ୍ତ କେବଳ ଉତ୍ତର ପ୍ରଦେଶରୁ ଚିହ୍ନଟ ହୋଇଥିବା ୧୪୭୩ ପଜିଟିଭ୍ ମାମଲା ଭିତରୁ ୧୦୦୪ ମାମଲାର ଜମାତ ସହ ସଂପର୍କ ରହିଛି ।

ନିକଟରେ ଆଜମଗଡ ଓ କାନପୁର ପୋଲିସ ଜମାତିଙ୍କ ସଂପର୍କରେ ସୂଚନା ଦେବା ବଦଳରେ ପୁରସ୍କାର କଥା ଘୋଷଣା କରିଥିଲେ । ନିଜାମଉଦ୍ଦିନ୍ କାଣ୍ଡ ସାମ୍ନାକୁ ଆସିବା ପରଠାରୁ ସାଦ୍ ଫେରାର ଅଛି ।

ଜମାତରେ ସାମିଲ ହୋଇଥିଲେ ୫ ହଜାରରୁ ଅଧିକ

ଦିଲ୍ଲୀର ନିଜାମଉଦ୍ଦିନ ମରକଜରେ ୧ରୁ ୧୫ ମାର୍ଚ୍ଚ ଭିତରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୫ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୨ହଜାର ଲୋକ ସେଠାରେ ଅଟକି ରହିଥିଲେ । ମୌଲାନା ସାଦ୍ କରୋନାକୁ ନେଇ ଲୋକଙ୍କୁ ଭ୍ରମିତ କରିଥିବା ଅଭିଯୋଗ ରହିଛି ।

 

Leave a Reply