୨୪ ଘଣ୍ଟାରେ ଦିଲ୍ଲୀରେ ଚିହ୍ନଟ ହେଲା ୫ ହଜାର ୪୮୧ ନୂଆ କେସ୍
1 min readନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ସାରା ଦେଶରେ ପୁଣି ଥରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଯଦି ଦିଲ୍ଲୀ କଥା କହିବା ତାହାଲେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୫ ହଜାର ୪୮୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏଥି ସହ ଏହି ଭାଇରସରେ ଗତ ୨୪ ଘଣ୍ଟାରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ସଂକ୍ରମଣ ରେଟ୍ ୮.୩୭ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ୧୫୭୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
COVID19 | Delhi reports 5,481 new cases & 3 deaths; Active cases 14,889. Positivity rate rises to 8.37% pic.twitter.com/G1Jq0Fx9zK
— ANI (@ANI) January 4, 2022
ମଙ୍ଗଳବାର ଜାରି ହୋଇଥିବା ହେଲଥ ବୁଲେଟିନ ଅନୁସାରେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୫ ହଜାର ୪୮୧ ନୂଆ ମାମଲା ଚିହ୍ନଟ ହୋଇଛି । ଯାହା ବିଗତ ୭ ମାସରେ ସବୁଠାରୁ ଅଧିକ କରୋନା କେସ୍ ଅଟେ । ଏହା ପୂର୍ବରୁ ୧୬ ମେ’ରେ ଦିଲ୍ଲୀରେ ୬ ହଜାର ୪୫୬ କେସ୍ ଚିହ୍ନଟ ହୋଇଥିଲା । ସେହିପରି ୨୪ ଘଣ୍ଟାରେ କରୋନାରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହି ୩ ଜଣଙ୍କୁ ମିଶାଇ ଦିଲ୍ଲୀରେ ମୋଟ ମୃତ୍ୟୁ ସଂଖ୍ୟା ୨୫ ହଜାର ୧୧୩ରେ ପହଞ୍ଚିଛି ।
ଦିଲ୍ଲୀରେ ୨୯ ଡିସେମ୍ବରରେ ୯୨୩ କରୋନା କେସ୍ ଚିହ୍ନଟ ହୋଇଥିଲା । ଏହା ପରେ ଡିସେମ୍ବର ୩୦ରେ ୧୩୧୩ କେସ୍, ୩୧ ଡିସେମ୍ବରରେ ୧୭୯୬ କେସ୍ ଚିହ୍ନଟ କରାଯାଇଥିଲା । କିନ୍ତୁ ନୂଆ ବର୍ଷ ଆରମ୍ଭ ହେବ ସହ କରୋନା କେସ ମଧ୍ୟ ଅଚାନକ ବୃଦ୍ଧି ପାଇଥିଲା । ୧ ଜାନୁଆରୀରେ ଦିଲ୍ଲୀରେ ୨୭୯୬ କେସ୍ ଚିହ୍ନଟ ହୋଇଥିବା ବେଳେ ୨ ଜାନୁଆରୀରେ ୩ ହଜାର ୧୯୪ କେସ୍, ୩ ଜାନୁଆରୀରେ ୪ ହଜାର ୯୯ କେସ୍ ଓ ୪ ଜାନୁଆରୀରେ ୫ ହଜାର ୪୮୧ ମାମଲା ଚିହ୍ନଟ ହୋଇଛି ।