ଡରେଇଲାଣି କରୋନା: ଦିଲ୍ଲୀରେ ଦିନକରେ ୫ଶହ ପଜିଟିଭ ଚିହ୍ନଟ

India End All Covid Restrictions Wearing Face Mask Continue

ଦିଲ୍ଲୀ: ଡରେଇଲାଣି ଦିଲ୍ଲୀ । ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଧୀରେ ଧୀରେ କାୟା ବିସ୍ଥାର କରିବାରେ ଲାଗିଲାଣି କରୋନା । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ୫୦୧ କରୋନା ଆକ୍ରାନ୍ତ । ଗତ ସୋମବାରରେ ପଜିଟିଭିଟି ରେଟ୍ ୭ ପ୍ରତିଶତ ପାର୍ ହୋଇଛି । ଏବେ ଏହି ସଂକ୍ରମଣ ହାର ୭.୭୯ ପ୍ରତିଶତ ରହିଛି । ଯାହା ଗତ ଜାନୁଆରୀ ପରଠୁ ସର୍ବାଧିକ ।

ଦିଲ୍ଲୀରେ ଏବେ ମୋଟ ୧୭୨୯ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି । କେବଳ ଦିଲ୍ଲୀ ନୁହେଁ ଏହାର ଆଖପାଖ ଅଞ୍ଚଳ ଦିଲ୍ଲୀ ଏନସିଆରରେ ମଧ୍ୟ କରୋନା ସ୍ଥିତି ଗମ୍ଭିର ହେବାରେ ଲାଗିଛି । ୟୁପିର ଗୌତମବୁଦ୍ଧ ନଗର ଜିଲ୍ଲାରେ ଗତ ସୋମବାର ଦିନ ୬୫ଟି ନୂଆ କେସ୍ ସାମ୍ନାକୁ ଆସିଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ଗୌତମବୁଦ୍ଧ ନଗରରେ କରୋନା ରୋଗୀଙ୍କ ସଂଖ୍ୟା ୩୩୨ ଯାଏ ପହଞ୍ଚି ଗଲାଣି । ଯେଉଁମାନଙ୍କ ମଧ୍ୟରେ ଶହେ ଜଣ କେବଳ ଶିଶୁ ଅଛନ୍ତି । ଏବଂ ୧୩ ଜଣ ରୋଗୀ ସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଧୀକାରୀ କହିଛନ୍ତି ଯେ, ଗତ ୨୪ ଘଣ୍ଟାରେ ୬୫ଟି ନୁଆ କେସ୍ ସାମ୍ନାକୁ ଆସିଛି । ଯେଉଁଥିରେ ୧୯ଜଣ ଶିଶୁ ଅଛନ୍ତି ।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜେନ୍ କରିଛନ୍ତି, ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ଏହା ଚିନ୍ତାଜନକ ସ୍ଥିତି ନୁହେଁ । କରୋନା ସ୍ଥିତି ଉପରେ ସରକାର କଡ଼ା ନଜର ରଖିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମୁହଁରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମାସ୍କ ନ ପିନ୍ଧିବା ନେଇ କୌଣସି ଜରିମାନା ନଥିଲେ ମଧ୍ୟ ବୁଧବାର ଦିନ ଏହାକୁ ନେଇ ଏକ ବୈଠକ ହେବାକୁ ଯାଉଛି । ଯେଉଁଥିରେ ମାସ୍କ ବ୍ୟବହାର କରୁ ନଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ନେଇ ଆଲୋଚନା କରାଯିବ । ଦିଲ୍ଲୀ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ସବୁ ରାଜ୍ୟ ବି ସଜାଗ ହେଲେଣି ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଉଛନ୍ତି ।