ଦିଲ୍ଲୀ ସାକେତ କୋର୍ଟ ପରିସରରେ ଫାୟାରିଂ, ସାକ୍ଷ୍ୟ ଦେବାକୁ ଆସିଥିବା ବେଳେ ମହିଳାଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟ ପରିସରରେ ଫାୟାରିଂ । ସାକ୍ଷ୍ୟ ଦେବାକୁ ଆସିଥିବା ମହିଳାଙ୍କୁ ଗୁଳିମାଡ଼ । ଆହତ ମହିଳାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରିଥିବା ଅଭିଯୁକ୍ତ ଜଣେ ସସପେଣ୍ଡ ଓକିଲ ବୋଲି ଜଣାପଡ଼ିଛି । ଓକିଲ ବେଶରେ ଆସି ସେ ମହିଳାଙ୍କୁ ଗୁଳିମାଡ଼ କରିଥିଲେ । କୋର୍ଟ ପରିସରରେ ୪ ରାଉଣ୍ଡ ଫାୟାରିଂ ହୋଇଥିବା ସୂଚନା ମିଳିଥିବା ବେଳେ ଘଟଣାସ୍ଥଳରେ ପୋଲିସର ଛାନବିନ ଚଳାଇଛି ।

ସାକେତ କୋର୍ଟରେ ଗୁଳିକାଣ୍ଡ ପରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀବାସୀଙ୍କ ସୁରକ୍ଷା ରାମଙ୍କ ଭରସାରେ ଛାଡ଼ି ଦିଆଯାଇଛି ବୋଲି କେଜ୍ରିଓ୍ବାଲ ଟ୍ୱିଟ୍ କରିଛନ୍ତି । ରାଜଧାନୀରେ ଧ୍ୱସ୍ତ ହୋଇଛି ଆଇନଶୃଙ୍ଖଳା । ହିନ ରାଜନୀତି ନକରି ଲୋକଙ୍କ ପାଇଁ କାମ କରିବା ଦରକାର । ଯଦି ଦାୟିତ୍ୱ ସମ୍ଭାଳି ନପାରୁଛନ୍ତି , ତେବେ ଇସ୍ତଫା ଦେଇଦିଅନ୍ତୁ ବୋଲି କହିଛନ୍ତି କେଜ୍ରିଓ୍ବାଲ ।