ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବୃଜ ଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବୃଜ ଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ। ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟ କଲେ ଚାର୍ଜଫ୍ରେମ। କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ କୋର୍ଟ ଏହି ରାର୍ଜଫ୍ରେମ କରିଛନ୍ତି। ବୃଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ସହ ମହିଳାଙ୍କ ଉପରେ ଜୋରଜବରଦସ୍ତ ବଳ ପ୍ରୟୋଗ ଏବଂ ଅପରାଧିକ ଧମକଚମକ ଦେବା ଅଭିଯୋଗ ହୋଇଥିଲା।

ବୃଜ ଭୂଷଣଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ଲଗାଯାଇଛି। ଏହା ପରେ କୋର୍ଟ ଆରୋପ ସ୍ପଷ୍ଟ କରିବା ପରେ ଅଭିଯୁକ୍ତ ବୃଜ ଭୂଷଣଙ୍କୁ ଆବଶ୍ୟକ ଦସ୍ତାବିଜ ଉପରେ ଦସ୍ତଖତ କରିବାକୁ କହିଥିଲେ। ତେବେ ଏଥିରେ ଦସ୍ତଖତ କରିବାକୁ ମନା କରିଥିଲେ ବୃଜ ଭୂଷଣ। ସେ ନିଜକୁ ନିର୍ଦ୍ଦୋଷ କହିବା ସହ ଏହି ଦସ୍ତାବିଜରେ କାହିଁକି ଦସ୍ତଖତ କରିବି ବୋଲି କହିଥିଲେ।

ଏହାପରେ କୋର୍ଟ ପୁଣିଥରେ ବୃଜ ଭୂଷଣଙ୍କୁ ଏହି ଅଭିଯୋଗପତ୍ର ଉପରେ ଦସ୍ତଖତ କରିବାକୁ କହିଥିଲେ। ଉତ୍ତରପ୍ରଦେଶରୁ ଛଅ ଛଅ ଥର ବୃଜ ଭୂଷଣ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବୃଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ପରେ ତାଙ୍କୁ ଚଳିତ ନିର୍ବାଚନରେ ଟିକେଟ ହରାଇବାକୁ ପଡିଥିଲା। ବିଜେପି ବୃଜ ଭୂଷଣଙ୍କ ପୁଅ କରଣ ସିଂହଙ୍କୁ ଟିକେଟ ଦେଇଛି ।