କରୋନା ଟେଷ୍ଟ୍ ଓ ରୋଗୀଙ୍କ ଯତ୍ନକୁ ନେଇ ଦିଲ୍ଲୀ ସରକାରଙ୍କୁ ସୁପ୍ରିକକୋର୍ଟଙ୍କ ନୋଟିସ୍

1 min read

ନୂଆଦିଲ୍ଲୀ: କରୋନା ଟେଷ୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ ।  କରୋନା ରୋଗୀଙ୍କ ଚିକିତ୍ସାକୁ ନେଇ ଆଜି ଶୁଣାଣି କରି କୋର୍ଟ ମହାରାଷ୍ଟ୍ର ଓ ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମିତ ସଂଖ୍ୟାକୁ ନେଇ ଚିନ୍ତା ଜାହିର କରିଛନ୍ତି ।  ଦିଲ୍ଲୀରେ କଣ ପାଇଁ କରୋନା ଟେଷ୍ଟ କମ ହେଉଛି ସେ ନେଇ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ ।

ଦିଲ୍ଲିରେ ପୂର୍ବରୁ ଦିନକୁ ୭ ହଜାର ଟେଷ୍ୱ ହେଉଥିଲା କିନ୍ତୁ ଏବେ ତାହା କମିଯାଇ ମାତ୍ର ୫ ହଜାର ଟେଷ୍ଟ ହେଉଛି । ମୁମ୍ବାଇ ଓ ଚେନ୍ନାଇରେ ଅଧିକ ଟେଷ୍ଟ ହେଉଥିବାବେଳେ ଦିଲ୍ଲୀରେ କମ ଟେଷ୍ଟକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ମୁମ୍ବାଇରେ ପ୍ରତ୍ୟକ ଦିନ ୧୫ରୁ ୧୭ ହଜାର ପର୍ଯ୍ୟନ୍ତ କରୋନା ଟେଷ୍ଟ କରାଯାଉଛି ।

ଖାଲି ସେତିକି ନୁହେଁ ଦିଲ୍ଲୀରେ ସ୍ଥିତି ଏବେ ଭୟାନକ ରହିଛି, ଶବ ସହ କିପରି ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ଠିକ ଭାବେ ଯତ୍ନ ମଧ୍ୟ ନିଆଯାଉନି ।

କରୋନାରେ ସଠିକ ଚିକିତ୍ସା ଏବଂ ଟେଷ୍ଟ କମ ହେଉଥିବାରୁ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ସରକାରକୁ ନୋଟିସ୍‌ କରିଛନ୍ତି କୋର୍ଟ । ଦିଲ୍ଲୀର LNJP ସମେତ ଅନ୍ୟ ହସ୍ପିଟାଲକୁ ମଧ୍ୟ ନୋଟିସ୍‌ ଜାରି ହୋଇଛି । ସରକାରୀ ହସ୍ପିଟାଲରେ ଲାଗି ରହିଥିବା ସ୍ଥିତିକୁ ନେଇ ଏହି ନୋଟିସ୍‌ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ ।

Leave a Reply