spot_img

Latest Posts

ଦିଲ୍ଲୀରେ ପହଁଚିଲା ପ୍ରଥମ ଟିକା, ପୁଣେରୁ ଯିବ ପନ୍ଦର ସହର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପହଁଚିଛି ପ୍ରଥମ କରୋନା ଭ୍ୟାକ୍ସିନ । ଜାନୁଆରୀ ୧୬ ରେ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ପୁଣେରେ ଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଟିକା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ଦେଶର ୧୫ ସହରକୁ ଟିକା ବିତରଣ ହେବାକୁ ଥିବାବେଳେ ପ୍ରଥମ ଟିକା ନୂଆଦିଲ୍ଲୀରେ ପହଁଚିଛି । ଟିକାକୁ ପ୍ରଥମେ କୋଲ୍ଡଷ୍ଟୋରେଜରେ ଗଛିତ ରଖାଯିବ । ଶନିବାର ପ୍ରଥମ ପର୍ଯାୟ ଟିକାକରଣ ଥିବାରୁ ବର୍ତ୍ତମାନ ଭ୍ୟାକ୍ସିନ ବିତରଣ ଆରମ୍ଭ ହୋଇଯାଇଛି ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍‌ଡକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି। ସେହିପରି ଜାନୁଆରି ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ତଥା ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

Latest Posts

Don't Miss