spot_img

Latest Posts

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ମିଳିଲା ୧୯ ଲକ୍ଷ କ୍ରାଉଡ୍ ଫଣ୍ଡିଂ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ଲଢିବାକୁ ମୁଖ୍ୟମନ୍ତ୍ରୀ ଆତିଶୀ କ୍ରାଉଡ ଫଣ୍ଡିଂ ଜରିଆରେ ୪୦ ଲକ୍ଷ ସଂଗ୍ରହ କରିବାକୁ ଲକ୍ଷ ରଖିଛନ୍ତି। କ୍ରାଉଡ ଫଣ୍ଡି ସଂଗ୍ରହ ଲାଗି ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୫୫ ଦାତା ଆତିଶୀଙ୍କ ନିର୍ବାଚନ ଲଢିବାକୁ ୧୯ ଲକ୍ଷ ୩୨ ହଜାର ୭୨୮ ଟଙ୍କା ଦାନ କରିଛନ୍ତି। ଗୋଟିଏ ଦିନରେ ଏତେ ପରିମାଣର ଟଙ୍କା ମିଳିଥିବାରୁ ଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆତିଶୀ। ଏହା ସାଧାରଣ ଜନତାଙ୍କ ଶ୍ରଦ୍ଧା ଓ ବିଶ୍ଵାସ ବୋଲି କହିଛନ୍ତି ଆତିଶୀ।

ସେପଟେ ବିଳମ୍ବରୁ ନାମାଙ୍କନ ଦାଖଲ କରିପାରିଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଆଜି ନାମାଙ୍କନ ଦାଖଲ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ସକାଳୁ କାଲକାଜୀ ମନ୍ଦିରରେ ପୂଜାର୍ଚ୍ଚନା କରି ରୋଡ ଶୋ କରିଥିଲେ। ରୋଡ୍ ଶୋରେ ଆସି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଆତିଶୀ। ତେବେ ଦିଲ୍ଲୀ ପତପଡ଼ଗଂଜ ନିର୍ବାଚନମଣ୍ଡଳୀରେ ଭୋଟ ଅଦଳବଦଳ କାରଣକୁ ନେଇ ଆତିଶୀଙ୍କୁ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିଥିଲା। ନାମାଙ୍କନ ଦାଖଲ କରିବାକୁ ଥିବା ଅଫିସ ଛାଡି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜରିୱାଲଙ୍କ ସହ ଭାରତୀୟ ନିର୍ବାଚନ କମିଶନଙ୍କ ଅଫିସରେ ପହଞ୍ଚିଥିଲେ।ସେଠାରେ ପତପଡ଼ଗଂଜ ଆପ ପ୍ରାର୍ଥୀ ଅୱଧ ଓଝା ମଧ୍ୟ ପହଞ୍ଚିଥିଲେ। ଏହି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆସନ୍ତାଲି ନାମାଙ୍କନ ଦାଖଲ କରିବେ ବୋଲି ଜଣପଡିଛି। ଆପ ପ୍ରାର୍ଥୀ ଅୱଧ ଓଝାଙ୍କ ନାମ ଗ୍ରେଟର ନୋଏଡାରୁ ପତପଡ଼଼ଗଂଜ ନିର୍ବାଚନମଣ୍ଡଳୀକୁ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।ଏହାକୁ ନେଇ ନିର୍ବାଚନ କମିଶନରଙ୍କୁ ଧନ୍ୟବାଦ ଜଣାଇନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

Latest Posts

Don't Miss