ବିଧାନସଭାରେ କୃଷି ଆଇନ ଚିରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୨ଦିନ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନରେ ଚାଷୀ । ସେପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଇନ ପ୍ରତ୍ୟାହାର କରିବାକୁ ଚାହୁଁନାହାଁନ୍ତି। ଏନେଇ ଆଜି ଦିଲ୍ଲୀ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କୃଷି ଆଇନକୁ ଚିରି ଦେଇଥିଲେ ।

କୃଷି ଆଇନ ପ୍ରତିବାଦରେ ୨୦ରୁ ଅଧିକ କୃଷକଙ୍କ ଜୀବନ ଚାଲିଗଲାଣି । କେନ୍ଦ୍ର ସରକାର ଆଉ କେତେ ଜଣ ଚାଷୀଙ୍କ ଜୀବନ ନେବେ। ପ୍ରତ୍ୟେକ ଚାଷୀ ଆଜି ଭଗତ ସିଂ ହୋଇଥିବା କହିଛନ୍ତି କେଜ୍ରିୱାଲ । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଚିରିବା ସହ କେଜ୍ରିୱାଲ କହିଛନ୍ତି, କୃଷକଙ୍କ ସହ ଏ ସରକାର ବିଶ୍ବାସଘାତକ କରିପାରିବେ ନାହିଁ । ଏ ଦେଶର କୃଷକ ଥଣ୍ଡା କାକରରେ ପଡିରହିଛନ୍ତି, ଏଭଳି ସ୍ଥିତିରେ ଦିଲ୍ଲୀ ବିଧାନସଭାରେ କେନ୍ଦ୍ର ସରକାରଙ୍କ ସମସ୍ତ ତିନୋଟି ଯାକ କଳା ବିଲକୁ ବିରୋଧ କରାଯାଇଛି ବୋଲି କହିଛନ୍ତି କେଜ୍ରିୱାଲ ।

Leave a Reply