ତିହାର ଜେଲକୁ ଫେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

1 min read

ଦିଲ୍ଲୀ: ତିହାର ଜେଲକୁ ଫେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ତା’ ପୂର୍ବରୁ ମୋଦି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ମୁଁ କେବେ ବାହାରକୁ ଆସିବି, ତାହା ଜଣାନାହିଁ । ଏକଛତ୍ରବାଦ ବିରୋଧରେ ଲଢ଼େଇ ଜାରି ରଖିବାକୁ ସେ ଆପ୍ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି- ଭଗତ ସିଂହ କହିଥିଲେ ଯେତେ ବେଳେ କ୍ଷମତା କେନ୍ଦ୍ର ଏକଛତ୍ରବାଦ ହୋଇଯାଏ, ସେତେବେଳେ ଜେଲ୍ ଯିବା ଏକ କର୍ତ୍ତବ୍ଯ ହୋଇଯାଏ । ଭଗତ ସିଂହଙ୍କ ପରି ମୁଁ ମଧ୍ଯ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଭାବ ପ୍ରବଣ ହୋଇ କହିଥିଲେ କେଜ୍ରିଓ୍ବାଲ ।

ତିହାର ଜେଲକୁ ଫେରିବା ପୂର୍ବରୁ ସେ ମହାତ୍ମା ଗାନ୍ଧିଙ୍କ ସମାଧି ପୀଠ ଓ କନଟ ପ୍ଲେସରେ ଥିବା ହନୁମାନ ମନ୍ଦିରକୁ ଯାଇଥିଲେ । ପରେ ଆପର କିଛି କର୍ମୀଙ୍କ ସହିତ ତିହାର ଜେଲକୁ ଯାଇ ଆତ୍ମସମର୍ପଣ କରିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ନିର୍ବାଚନରେ ପ୍ରଚାର କରିବାକୁ ତାଙ୍କୁ ୨୧ ଦିନର ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ମେ’ ୧୦ରେ ସେ ଜେଲରୁ ବାହାରିଥିଲେ । ଆଜି ପୁଣି ତିହାର ଜେଲକୁ ଫେରିଛନ୍ତି ।