ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ସମନ ସତ୍ତ୍ବେ ହାଜର ହେଉନାହାନ୍ତି

ନୂଆଦିଲ୍ଲୀ: ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଆମ ଆଦମୀ ପାର୍ଟି ନେତା ମାନେ ଏହି ଆଶଙ୍କା ପ୍ରକାଶ କରିଥିବା ବେଳେ କେଜରିଓ୍ବାଲଙ୍କ ବାସଭବନରେ ଭିଡ଼ ଜମିଛି । ତଥାକଥିତ ମଦ ଦୁର୍ନୀତି ଅଭିଯୋଗରେ ଇଡି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ ହାଜର ହୋଇନାହାନ୍ତି ଅରବିନ୍ଦ କେଜରିଓ୍ବାଲ । ଗତକାଲି ଇଡିକୁ ଚିଠି ଲେଖି ତାଙ୍କ ରାଜନୈତିକ ଛବି ମଳିନ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ ।

ଏହା ଭିତରେ ଅରବିନ୍ଦ କେଜରିଓ୍ବାଲଙ୍କ ବାସ ଭବନରେ କଡା ସୁରକ୍ଷା ବ୍ୟବସ୍ଥା କରିଛି ଦିଲ୍ଲୀ ପୋଲିସ । ତାଙ୍କ ବାସଭବନକୁ ଯିବା ପାଇଁ ଥିବା ସବୁ ରାସ୍ତାକୁ ବନ୍ଦ କରାଯାଇଛି । ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।