ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ, କାଲି ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ । ଗତକାଲି ଠାରୁ କେଜ୍ରିୱାଲଙ୍କୁ ହାଲକା ଜର ଲାଗି ରହିବା ସହ ତଣ୍ଟି ଦରଜ ହୋଇଛି । ଏବେ ତାଙ୍କର କରୋନା ଟେଷ୍ଟ ହେବ । କେଜ୍ରିୱାଲ ସମସ୍ତ ବୈଠକ ବାତିଲ୍ କରିବା ସହ ଏବେ ଆଇସୋଲେସନରେ ଅଛନ୍ତି ।

ଗତକାଲି କେଜ୍ରିୱାଲ ସରକାର ଦିଲ୍ଲୀ ହସ୍ପିଟାଲରେ କିଏ ଚିକିତ୍ସିତ ହେବ ସେ ନେଇ ନିଷ୍ପତ୍ତି ନେଇଥିଲେ । ସରକାରୀ ହେଉ କି ଘରୋଇ ଏଣିକି ଦିଲ୍ଲୀର ଯେ କୌଣସି ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ । ଦିଲ୍ଲୀରେ ଥିବା କେନ୍ଦ୍ର ସରକାରଙ୍କ ଚିକିତ୍ସାଳୟରେ ଦିଲ୍ଲୀ ବାହାରବାସୀଙ୍କ ଚିକିତ୍ସା ହୋଇପାରିବ ।

ଗତକାଲି କେଜ୍ରିୱାଲ ପ୍ରେସମିଟରେ ଏହି ସୂଚନା ଦେଇଥିଲେ । ଯାହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ଦିଲ୍ଲୀ ସରକାର ଏବେ କେବଳ ଲକ୍ଷଣ ଥିବା ଲୋକଙ୍କ କରୋନା ଟେଷ୍ଟ କରାଉଛନ୍ତି । ଲକ୍ଷଣ ନଥିଲେ ଦିଲ୍ଲୀରେ ଟେଷ୍ଟ କରାଯାଉନାହିଁ ।ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି । ସୋମବାର ସକାଳ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୨୯ ହଜାର କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିରୁ ୧୦ ହଜାରରୁ ଅଧିକ ସଂକ୍ରମିତ ଏବେ ସୁସ୍ଥ ହୋଇ ସାରିଲେଣି । ୮୧୨ ଜଣଙ୍କ ମୃତ୍ୟୁ ହୋଇଛି ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

Leave a Reply