୧୦୨ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କରୋନା, ଫ୍ରଣ୍ଟଫୁଟରେ ବଢ଼ୁଛି ବିପଦ

ନୂଆଦିଲ୍ଲୀ: ଦେଶରେ ସାଙ୍ଘାତିକ ରୂପ ନେଉଛି କରୋନା । ଫ୍ରଣ୍ଟଫୁଟ ଯୋଦ୍ଧାଙ୍କୁ ମଧ୍ୟ ଛାଡ଼ୁନି ଏହି ଭୁତାଣୁ । ସେ ଡାକ୍ତର ହୁଅନ୍ତୁ ବା ପୋଲିସ । ସମସ୍ତେ କରୋନା ଭାଇରସର କବଳରେ ଆସୁଛନ୍ତି । ଏହି ଭିତରେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଲକ୍ଷ୍ମୀ ନଗରରେ କ୍ୟାଟସ ଆମ୍ବୁଲାନ୍ସ ସେବା ୧୦୨ ର ୪୫ ଜଣ କର୍ମଚାରୀ କରୋନା ପଜିଟିଭରେ ଚିହ୍ନଟ ହୋଇଛନ୍ତି । ୮୦ ଜଣ ଆମ୍ଭୁଲାନ୍ସ କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୪୫ ଜଣଙ୍କର କରୋନା ପଜିଟିଭ ଆସିଥିଲା ।

ସୂଚନା ଅନୁଯାୟୀ, ଦିଲ୍ଲୀରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ ହଜାରରେ ଅତିକ୍ରମ କରିବାକୁ ବସିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୮ ଟି ନୂଆ ମାମଲା ରିପୋର୍ଟ ହୋଇଛି  । ଆଶ୍ଚର୍ଯ୍ୟଜନକ କଥା ହେଉଛି ସମସ୍ତ ସତ୍ତର୍କତା ସତ୍ୱେ ସଂକ୍ରମଣର ଚକ୍ର ଭାଙ୍ଗିବାର ନା ହିଁ ଧରୁନି । ଆଶ୍ଚର୍ଯ୍ୟର କଥା, ଦିଲ୍ଲୀରେ ମାତ୍ର ୬ ଦିନ ମଧ୍ୟରେ ୨୦୦୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

କରୋନାରୁ ତ୍ରାହି ଦେଇ ପାରନ୍ତି ଏହି ୬ ଭ୍ୟାକ୍ସିନ୍ ..

ଦିଲ୍ଲୀରେ, ଏପ୍ରିଲ ୨୪ ରୁ ୩୦ ମଧ୍ୟରେ ୧୧.୨ ଦିନରେ କରୋନା ମାମଲା ଦ୍ୱିଗୁଣିତ ହୋଇଛି । ଯାହା ମେ ୧ ରୁ ୭ ମଧ୍ୟରେ ୯.୨ ଦିନରେ ଦ୍ୱିଗୁଣିତ ହୋଇଥିଲା  । ଦିଲ୍ଲୀ ପୋଲିସର ପ୍ରାୟ ୧୦୦ ପୋଲିସ୍ କରୋନା ପଜିଟିଭ୍, ସେଥିମଧ୍ୟରୁ ୨୦ ଜଣ ପୋଲିସ୍ ସଠିକ୍ ଭାବରେ ଡ୍ୟୁଟି କରିବା ଆରମ୍ଭ କରିଥିଲେ ।

Leave a Reply