ଦିଲ୍ଲୀ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ,ମୁଖ୍ୟମନ୍ତ୍ରୀ ରେଖାଙ୍କ ହାତରେ ୧୦ ବିଭାଗ
1 min read
New Delhi, India - Feb. 20, 2025: Delhi CM Rekha Gupta along with her cabinet colleague during take charge at CM Office, in New Delhi, India, on Thursday, February 20, 2025. (Photo by Arvind Yadav/ Hindustan Times)
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ସରକାର ଗଠନ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ ହୋଇଛି । କ୍ୟାବିନେଟର ପ୍ରଥମ ବୈଠକ ପୂର୍ବରୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ୧୦ ବିଭାଗ ରଖିଛନ୍ତି । ଅନ୍ୟପଟେ ପରବେଶ ବର୍ମାଙ୍କୁ ଦିଲ୍ଲୀର ଜଳ ଏବଂ ରାସ୍ତା ସୁଧାରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।
ରେଖା ଗୁପ୍ତା (ମୁଖ୍ୟମନ୍ତ୍ରୀ) ପାଖରେ ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ, ମହିଳା ଶିଶୁ କଲ୍ୟାଣ, ସେବା, ରାଜସ୍ୱ, ଲ୍ୟାଣ୍ଡ ଏବଂ ବିଲ୍ଡିଂ, ସୂଚନା ଏବଂ ଲୋକ ସମ୍ପର୍କ, ଭିଜିଲାନ୍ସ, ପ୍ରଶାସନିକ ସଂସ୍କାର ରହିଛି ।
କାହାକୁ କେଉଁ ଦାୟିତ୍ୱ :
ପରବେଶ ବର୍ମାଙ୍କୁ ମିଳିଛି ପୂର୍ତ୍ତ, ବିଧାନସଭା ବ୍ଯାପାର, ପାନୀୟ ଜଳ ଓ ଗୁରୁଦ୍ବାରା ନିର୍ବାଚନ
ଆଶିଷ ସୁଦଙ୍କ ମିଳିଛି ଗୃହ, ଶକ୍ତି, ନଗର ଉନ୍ନୟନ, ଶିକ୍ଷା, ଉଚ୍ଚଶିକ୍ଷା ବିଭାଗ
ମନିଜିନ୍ଦର ସିଂ ସିର୍ସାଙ୍କୁ ମିଳିଛି ଖାଦ୍ଯ, ଜଙ୍ଗଲ ଓ ପରିବେଶ, ଶିଳ୍ପ।
ରବିନ୍ଦର ସିଂଙ୍କୁ ମିଳିଛି ସାମାଜିକ କଲ୍ୟାଣ, ଏସସି-ଏସଟି, ସମବାୟ
କପିଳ ମିଶ୍ରଙ୍କୁ ମିଳିଛି ଆଇନ ଓ ନ୍ୟାୟ, ଶ୍ରମ, ନିଯୁକ୍ତି, କଳା ଓ ସଂସ୍କୃତି, ପର୍ଯ୍ୟଟନ
ପଙ୍କଜ କୁମାର ସିଂଙ୍କୁ ମିଳିଛି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ, ପରିବହନ, ସୂଚନା ପ୍ରଯୁକ୍ତି।