ଦିଲ୍ଲୀରେ ଛାତିଥରା ଦୁର୍ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଛାତିଥରା ଦୁର୍ଘଟଣା । କେତେକ କାର୍, ବାଇକ ଓ ସ୍କୁଟରକୁ ଧକ୍କା ଦେଲା ଦ୍ରୁତଗାମୀ ବସ୍ । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣାର ସିସିଟିଭି ଚିତ୍ର ସମ୍ପୂର୍ଣ୍ଣ କଏଦ ହୋଇଛି । ଆଜି ଦିଲ୍ଲୀର ରୋହିଣୀ ଅନ୍ତର୍ଗତ ବିଶ୍ରାମ ଚୌକରେ ଅପରାହ୍ଣ ୨ଟା ୪୫ରେ ଡିଟିସିର ଏକ ଦ୍ରୁତଗାମୀ ବସ୍ କେତେକ କାରକୁ ଧକ୍କା ଦେବା ସହ ଯାତ୍ରୀ ପ୍ରତୀକ୍ଷାଗାର ନିକଟରେ ରହିଥିବା କେତେକ ବାଇକ ଓ ସ୍କୁଟରକୁ ଧକ୍କା ଦେଇଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଡ୍ରାଇଭରଜଣକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଡ୍ରାଇଭରକୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ କରିଛି । ଗତମାସରେ ଡିଟିସିର ଏକ ବସ ଧକ୍କାରେ ଜଣେ ୩୬ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଥିଲା ।