spot_img

Latest Posts

ଦିଲ୍ଲୀରେ ବୋରୱେଲରେ ଖସି ପଡିଥିବା ଯୁବକଙ୍କ ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ବୋରୱେଲରେ ଖସି ପଡିଥିବା ଯୁବକଙ୍କ ମୃତ୍ଯୁ। ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ଯାଞ୍ଚ ପରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି। ଦିଲ୍ଲୀ ଜଳ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଖୋଳାଯାଇଥିବା ଏକ ବୋରୱେଲ ମଧ୍ୟକୁ ଖସି ପଡିଥିଲେ ଜଣେ ଯୁବକ। ୪୦ ଫୁଟ ଗଭୀର ବୋରୱେଲରେ ଯୁବକ ଖସି ପଡିଥିବା ସୂଚନା ପରେ ସମାନ୍ତରାଳ ଭାବେ ଏକ ଗାତ ଖୋଳାଯାଇଥିଲା।ଯୁବକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ଯ ତାଙ୍କର ମୃତ୍ଯୁ ହୋଇଛି। ଦିଲ୍ଲୀର କେଶୋପୁର ମଣ୍ଡି ଅଂଚଳରେ ଥିବା ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଖସି ପଡିଥିଲେ ଯୁବକ। ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମ ବାହିନୀ, ଏନଡିଆରଏଫ ଓ ଦିଲ୍ଲୀ ପୋଲିସ ଲାଗି ପଡିଥିଲେ। ସମସ୍ତ ଉଦ୍ୟମ ସତ୍ତ୍ବେ ଯୁବକଙ୍କୁ ଜୀବୀତ ଉଦ୍ଧାର କରାଯାଇପାରିନାହିଁ। ଗତକାଲି ରାତିରେ ଯୁବକ ଜଣକ ଏହି ବୋରୱେଲ ମଧ୍ୟକୁ ଖସି ପଡିଥିଲେ। ରାତି ଗୋଟାଏବେଳେ ଯୁବକ ବୋରୱେଲ ମଧ୍ୟକୁ ଖସି ପଡିଥିବା ଜଣାପଡିଥିଲା।

ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ। ଦିଲ୍ଲୀ ସ୍ଵାସ୍ଥ୍ୟମନ୍ତ୍ରୀ ଅତିଶୀ ଘଟଣାସ୍ଥଳରେ ରହି ଉଦ୍ଧାରକାର୍ଯ୍ୟ ତଦାରଖ କରିଥିଲେ। ବୋରୱେଲର ଓସାର ୧ ଫୁଟ ଥିବା ଜଣାପଡିଛ। ବୋରୱେଲକୁ ଚାରିପଡୁ ଆବଦ୍ଧ କରାଯାଇଥିବା ଦିଲ୍ଲୀ ସରକାର କହିଛନ୍ତି। ଚୋରି କରିବାକୁ ଆସି ଯୁବକ ଜଣକ ବୋରୱେଲ ମଧ୍ୟକୁ ଖସି ପଡିଥିବା ପୋଲିସ ସନ୍ଦେହ କରୁଛି। ତେବେ ଯୁବକ ଜଣକ କେମିତି ବୋରୱେଲ ମଧ୍ୟକୁ ଖସି ପଡିଲେ ଏହାର ତନାଘନା ଆରମ୍ଭ କରିଛି ପୋଲିସ। ସେପଟେ ଘଟଣାରେ କୌଣସି ପ୍ରଶାସନିକ ଅବହେଳା ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଦିଲ୍ଲୀ ସକାର। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମସ୍ତ ମୁକୁଳା ବୋରୱେଲ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Latest Posts

Don't Miss