spot_img

Latest Posts

ଦିଲ୍ଲୀ ବ୍ଲାଷ୍ଟ ପରେ ଥର ଥର କମ୍ପୁଛି ପାକିସ୍ତାନ: ହାଇ ଆଲର୍ଟରେ ସେନା, ଜାରି କଲା ନୋଟମ୍

ଦିଲ୍ଲୀ ବ୍ଲାଷ୍ଟ ପରେ ଥର ଥର କମ୍ପୁଛି ପାକିସ୍ତାନ: ହାଇ ଆଲର୍ଟରେ ସେନା, ଜାରି କଲା ନୋଟମ୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ଲାଲକିଲାରେ କାର ବିସ୍ଫୋରଣ ପରେ ପାକିସ୍ତାନରେ ଭୟର ବାତାବରଣ । ଯେକୌଣସି ସମୟରେ ଭାରତ ପକ୍ଷରୁ ପ୍ରତି ଆକ୍ରମଣ ଭୟରେ ଥର ଥର କମ୍ପୁଛନ୍ତି ଲୋକଙ୍କଠାରୁ ଆରମ୍ଭ କରି ସେନା ଓ ସରକାର । ଦିଲ୍ଲୀ ବ୍ଲାଷ୍ଟ ପରେ ପାକିସ୍ତାନୀ ସେନା ଓ ସରକାର ଆଲର୍ଟ ମୋଡକୁ ଆସିଯାଇଛନ୍ତି । ସେପଟେ ଲୋକଙ୍କ ମଧ୍ୟରେ ଭୟ କେତେ ତାହା ପାକିସ୍ତାନୀ ସୋସିଆଲ ମିଡିଆରୁ ଜଣଶପଡୁଛି । ୟୁଜର୍ସ ଭାରତରେ ହୋଇଥିବା ବ୍ଲାଷ୍ଟକୁ ନେଇ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳୁଛି । ତେବେ ପାକିସ୍ତାନ ସରକାର ପକ୍ଷରୁ ବ୍ଲାଷ୍ଟକୁ ନେଇ କୌଣସି ପ୍ରତିକ୍ରିୟା ଆସି ନଥିଲେ ବି ସେନା ପୂରା ଆଲର୍ଟରେ ରହିଛି ।

ପାକିସ୍ତାନରେ ତିନି ସେନା ହାଇ ଆଲର୍ଟରେ

ଦିଲ୍ଲୀ ବ୍ଲାଷ୍ଟ ପରେ ପାକିସ୍ତାନ ସେନା ନୋଟମ୍ ଜାରି କରିଛି । ଏହା ଜରିଆରେ ପାକିସ୍ତାନର ସ୍ଥଳ, ଜଳ ଓ ବାୟୁ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ସେନା ନୋଟମ୍ ଜାରି କରିବାର କାରଣ ହେଲା ସୀମା ଅଞ୍ଚଳର ଆକାଶପଥରେ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଇବା ସୁନିଶ୍ଚିତ କରିବା ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ସୋମବାର ରାତିରେ ଇସଲାମାବାଦରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ସେନା ପ୍ରମୁଖ ଅସିମ ମୁନିର ଏକ ହାଇ ଲେଭଲ ମିଟିଂ କରିଛନ୍ତି । ଯାହାର ଅଧିକ ସୂଚନା ସ୍ଥାନୀୟ ମିଡିଆକୁ ଦିଆଯାଇନି ।

ପାକିସ୍ତାନରେ ଭୟର ବାତାବରଣ

ଦିଲ୍ଲୀ ବ୍ଲାଷ୍ଟର ତଦନ୍ତ ଚାଲିଛି । ସେପଟେ ପାକିସ୍ତାନରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପାକିସ୍ତାନକୁ ଏ ଡର ଲାଗୁଛି ଯେ, ଦିଲ୍ଲୀ ବ୍ଲାଷ୍ଟରେ ପାକିସ୍ତାନର ଭୂମିକା ପଦାକୁ ଆସିବା ପରେ କ’ଣ ହେବ ? ଭାରତ କେଉଁ ପ୍ରକାର ପ୍ରତି ଆକ୍ରମଣ କରିବ ? କେବେ ଓ କେମିତି ଭାରତ ପକ୍ଷରୁ ଆକ୍ରମଣର ପ୍ରତିଶୋଧ ନିଆଯିବ ? ଯାହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହେବାରେ ଲାଗିଛି ।

ଡକ୍ତର ଫରହାନ ବିର୍କ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଏହି ବ୍ଲାଷ୍ଟ ପେଇଁ ଏବେ ପାକିସ୍ତାନକୁ ଦୋଷୀ କରାଯିବ । ଅନ୍ୟ ଜଣେ ୟୁଜର୍ସ ତୈମୁର ମଲିକ ଲେଖିଛନ୍ତି, ଦୁଇଟି କାରରେ ବ୍ଲାଷ୍ଟ ହୋଇଛି । ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯିବ । ସେହିପରି ଆଫଗାନ ନାଗରିକ ଓ ପାକିସ୍ତାନ ଉପରେ ନଜର ରଖୁଥିବା ବୁରହାନଉଦ୍ଦିନ ପୋଷ୍ଟ କରି ଲେଖିଛନ୍ତି, ପାକିସ୍ତାନରେ ଆଇଏସଆଇଏସ ଆକ୍ଟିଭ ଅଛି । ଦିଲ୍ଲୀ ବ୍ଲାଷ୍ଟ ପରେ ପାକିସ୍ତାନର କିଛି ଲୋକ ଖୁସି ଥିବା ଦେଖିବାକୁ ମିଳୁଛି । ସାରା ବିଶ୍ବ ସେମାନଙ୍କୁ ଦେଖୁଛି ।

ମୋଦି କହିଲେ ଦୋଷୀଙ୍କୁ ଛାଡ଼ିବୁନି

ସେହିପରି ଦିଲ୍ଲୀ ବ୍ଲାଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ଆଓିଛି । ଭୁଟାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରୁ ଥାଇ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଘଟଣାର ମୂଳକୁ ଯାଇ ତଦନ୍ତ କରି ଦୋଷୀଙ୍କୁ ଜବାବ ଦିଆଯିବ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି, ଆମେ ଯୁଦ୍ଧ କରୁଛନ୍ତି । ସମସ୍ତ ଦୋଷୀଙ୍କୁ ନ୍ୟାୟକ କାଠଗଡ଼ାକୁ ଆଣିବୁ । ଏହା ମନକୁ ବିଚଳିତ କରିଦେବା ଭଳି ଘଟଣା । କାହାରିଙ୍କୁ ଛାଡିବୁନି ।

Latest Posts

Don't Miss