spot_img

Latest Posts

ଦିଲ୍ଲୀ ରୋହିଣୀ ସ୍ଥିତ ଏକ ସ୍କୁଲ ଆଗରେ ବିସ୍ଫୋରଣ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ରୋହିଣୀ ସ୍ଥିତ ଏକ ସ୍କୁଲ ଆଗରେ ବିସ୍ଫୋରଣ। ପ୍ରଶାନ୍ତବିହାର ଅଂଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ଘଟିଛି ଏ ବିସ୍ଫୋରଣ। ସ୍କୁଲର ପାଚେରୀ ନିକଟରେ ଘଟିଛି ଏ ବିସ୍ଫୋରଣ। ବିସ୍ଫୋରଣ ପରେ ତୁରନ୍ତ ସେଠାରେ ପହଞ୍ଚିଛି ପୋଲିସ।ଘଟଣାସ୍ଥଳରେ ଏଫଏସଏଲର ଟିମ ମଧ୍ୟ ଆସି ପହଞ୍ଚିଛି।ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।ତେବେ ଯାଞ୍ଚରେ ପୋଲିସକୁ କୌଣସି ସୁରାକ ମିଳିନାହିଁ। ତେବେ ଆଶ୍ଵସ୍ତିର ଖବର ହେଉଛି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ରୋହିଣୀ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏକ୍ସପର୍ଟ ଟିମକୁ ଡକାଯାଇଛି। ତେବେ କେଉଁଥିରୁ ଏ ବିସ୍ଫୋରଣ ଘଟିଛି ତାହାର ତଦନ୍ତ୍ ଚାଲିଛି। ଜଣେ ପ୍ରତକ୍ଷଦର୍ଶୀ ବିସ୍ଫୋରଣ ସମୟରେ ଭିଡିଓ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବିସ୍ଫୋରଣ ଜୋର ଥିବାରୁ ବୋମା ବିସ୍ଫୋରଣ ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ। ପୋଲିସର ସ୍ପେଶାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲାଯେ ଆଖପାଖରେ ଥିବା ଗାଡିଗୁଡିକର କାଚ ଭାଙ୍ଗି ଯାଇଛି। ସିଆରପିଏଫ୍ ସ୍କୁଲ ନିକଟରେ କିଛି ଦୋକାନ ମଧ୍ୟ ରହିଛି। ଏଥିରୁ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଆଖପାଖର ସିସିଟିଭି ଚିତ୍ରକୁ ଯାଞ୍ଚ କରୁଛି।

Latest Posts

Don't Miss