ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଦିଲ୍ଲୀରେ ସୋମବାର ଘଟିଥିବା ବଡ଼ ବିସ୍ଫୋରଣ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଏଥିଲାଗି ସମାଲୋଚନା ମଧ୍ୟ କରୁଛି । ଗତ ୬ ମାସ ମଧ୍ୟରେ ୪୧ ଜଣଙ୍କ ଜୀବନ ଯାଇଛି ଏଥିଲାଗି ଦାୟୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଟେ କହିଛନ୍ତି କି, ଗୃହମନ୍ତ୍ରୀ ଏହାର ଜବାବ ରଖନ୍ତୁ । ୧୦ ଜଣଙ୍କ ଜୀବନ ଅକାଳରେ ଯାଇଥିବାବେଳେ ବିସ୍ଫୋଣ ଜବତ ହୋଇଛି । ଏଥିଲାଗି ଦାୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ନେତା କହିଛନ୍ତି, “ବଡ଼ ବଡ଼ କଥା କହିବା ଦ୍ୱାରା ଆପଣଙ୍କର ବିଫଳତା ଏବଂ ବାରମ୍ବାର ଗମ୍ଭୀର ସୁରକ୍ଷା ତ୍ରୁଟି ଲୁଚାଇ ହେବ ନାହିଁ। ଯଦି ନିର୍ଦ୍ଦୋଷ ଜୀବନ ଚାଲିଯାଏ, ତେବେ ପ୍ରଶ୍ନ ଉଠିବ। ଉତ୍ତରଦାୟିତ୍ୱ ନିର୍ଣ୍ଣୟ କରାଯିବ। କାରଣ ଦେଶ ସୁରକ୍ଷିତ ହାତରେ ନାହିଁ।”
କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି ଯେ ୧୮ ଘଣ୍ଟା ବିତିଗଲାଣି ଏବଂ ଗୁଜବ ପ୍ରସାରକୁ ରୋକିବା ପାଇଁ ଗୃହମନ୍ତ୍ରୀ ଯାହା ସମ୍ଭବ ସୂଚନା ପ୍ରଦାନ କରିବା ଉଚିତ। ସୂତ୍ର ଅନୁଯାୟୀ, ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ପ୍ରସାରିତ ବିଭିନ୍ନ ତତ୍ତ୍ୱ ବନ୍ଦ ହେବା ଉଚିତ। ଗୃହମନ୍ତ୍ରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଗଲା ନାହିଁ; ସେ ନିର୍ବାଚନ ରାଜ୍ୟର ଏକ ହୋଟେଲ ରୁମରେ ସୀମିତ ରହିଲେ, ସିସିଟିଭିକୁ ଏଡାଇ ଦେଲେ।

