spot_img

Latest Posts

ଶୋଇଥିବା ବେଳେ ଚଢ଼ିଗଲା କାର୍, ଚାଲିଗଲା ୫ ଜଣଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶୋଇଥିବା ବେଳେ ମାଡିଗଲା କାର । ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଏକ ଦ୍ରୁତଗାମୀ କାର ଫୁଟପାଥରେ ଶୋଇଥିବା ପାଞ୍ଚ ଜଣଙ୍କୁ ଚାପି ଦେଇଥିଲା। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ଦିଲ୍ଲୀର ଦ୍ୱାରକା ଅଞ୍ଚଳର ବାସିନ୍ଦା ଉତ୍ସବ ଶେଖର ବୋଲି ଜଣାପଡିଛି ।  ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଡାକ୍ତରୀ ପରୀକ୍ଷାରୁ ଗାଡି ଚଳାଉଥିବା ଚାଳକ ମଦ୍ୟପାନ କରିଥିଲେ ।

ଦୁର୍ଘଟଣା ସମୟରେ, ଲୋକମାନେ ଫୁଟପାଥରେ ଶୋଇଥିଲେ, ଠିକ୍ ସେହି ସମୟରେ ଏକ ଧଳା କାର ଦ୍ରୁତ ଗତିରେ ଆସି ଗୋଟିଏ ପରେ ଗୋଟିଏ ପାଞ୍ଚ ଜଣଙ୍କୁ ଚଢ଼ିଗଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କାରଟି ଦ୍ରୁତ ଗତିରେ ଚାଲୁଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସକୁ ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ। କାର ଚାଳକ ମଦ୍ୟପାନ କରିଥିବା ପରି ମନେ ହେଉଥିଲା। କିଛି ସମୟ ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ  ।

 

Latest Posts

Don't Miss