ଦିଲ୍ଲୀରେ ଭୋଟ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ଆପ୍ ଆଗରେ

ନୂଆଦିଲ୍ଲୀ: ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ଚାଲିଛି । ୨୧ଟି କେନ୍ଦ୍ରରେ ଚାଲିଛି ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଗରେ ରହିଛି ଆମ୍ ଆଦମୀ ପାର୍ଟି । ଦ୍ୱିତୀୟରେ ବିଜେପି ରହିଥିବା ବେଳେ ଗୋଟିଏ ଆସନରେ ଆଗୁଆ ରହିଛି କଂଗ୍ରେସ ।

ନୂଆଦିଲ୍ଲୀ ବିଧାନସଭା ଆସନରୁ ଆଗୁଆ ଚାଲିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀଓ୍ୱାଲ୍। ପଛରେ ଅଛନ୍ତି ବିଜେପିର ସୁନୀଲ ଯାଦବ ଏବଂ କଂଗ୍ରେସର ରମେଶ ଶଭରଓ୍ୱାଲ୍ ।

ପୂର୍ବାହ୍ନ ୮ଟା ୪୫ ସୁଦ୍ଧା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡର ଆଗରେ ଆମ୍ ଆଦମୀ ପାର୍ଟି । ବର୍ତ୍ତମାନସୁଦ୍ଧା ଆପ୍ ୫୨ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୪ଟିରେ ଆଗୁଆ ରହିଛି ।

ଚାନ୍ଦିନୀ ଚୌକ ବିଧାନସଭା ଆସନରୁ କଂଗ୍ରେସର ଅଳକା ଲାମ୍ବା ଓ ମଡେଲ୍ ଟାଉନ ଆସନରୁ ବିଜେପିର କପିଲ ମିଶ୍ରା ପଛରେ ଚାଲିଛନ୍ତି ।

Leave a Reply