ଦିଲ୍ଲୀରେ ସାମାନ୍ୟ କମିଲା ପ୍ରଦୂଷଣ, ବିଏସ-୩ ପେଟ୍ରୋଲ ଓ ବିଏସ-୩ ଡିଜେଲ ଗାଡି ଚାଲିବାକୁ ଅନୁମତି

1 min read

ଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣରେ ସାମାନ୍ୟ ଆଶ୍ଵସ୍ତି। ପ୍ରଦୂଷଣ ମାତ୍ରା କମିବା ପରେ ରାଜଧାନୀର ଦିଲ୍ଲୀରେ କୋହଳ ହେଲା କଟକଣା। GRAP-୩କୁ ହଟାଇ ଦେଇଛନ୍ତି ଦିଲ୍ଲୀ ସରକାର। ତେବେ ଜିଆରଏପି କଟକଣା ୧ ଏବଂ ୨ ଜାରି ରହିବ। ତୃତୀୟ ବର୍ଗର କଟକଣା ମଧ୍ୟରେ ରହିଥିଲା ଗାଡି ଚଳାଚଳ ଉପରେ କଟକଣା। ଏବେ ଦିଲ୍ଲୀରେ ବିଏସ-୩ ପେଟ୍ରୋଲ ଓ ବିଏସ-୩ ଡିଜେଲ ଗାଡି ଚାଲିବାକୁ ଅନୁମତି ମିଳିଛି। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଡିଜେଲ ଟ୍ରକ ମଧ୍ୟ ଦିଲ୍ଲୀକୁ ପ୍ରବେଶ କରିପାରିବ।

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ହ୍ରାସ ହେବା ପରେ ଏହି କଟକଣା କୋହଳ କରାଯାଇଛି । ଗତକାଲି ଦିଲ୍ଲୀର ଏକ୍ୟୁଆଇ ୩୩୯ ରେକର୍ଡ ହୋଇଥିଲା । ସନ୍ଧ୍ୟା ୫ଟାରେ ଏକ୍ଯୁଆଇ ୩୩୫ ରେକର୍ଡ ହୋଇଥିଲା । ଏହାସହ ଦିଲ୍ଲୀରେ ହୋଇପାରିବ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ । ତେବେ ଅଳିଆ ଜଳାଇବା ଉପରେ କଟକଣା ଜାରି ରହିଛି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ହାଇବ୍ରିଡ୍ ମୋଡରେ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।