ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ, ୫୦୦ ଟପିଲା ଏକ୍ୟୁଆଇ
1 min readନୂଆଦିଲ୍ଲୀ: ଘାତକ ସାଜୁଛି ଦିଲ୍ଲୀ ବାୟୁ । ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ । ୫୦୦ ଟପିଗଲା ଦିଲ୍ଲୀରେ ଏକ୍ୟୁଆଇ। ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବା ପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।