SCB ରେ ଜଗାକୁ ଦେଖିଲେ ଦିଲ୍ଲୀ AIIMS ଡାକ୍ତର, ଜଗା ଭଲ ଅଛି

1 min read

କଟକ: ଯୋଡାମୁଣ୍ଡ ଶିଶୁ ଜଗାକୁ ଦେଖିଲେ ଦିଲ୍ଲୀ ଏଏମସ୍ ଡାକ୍ତର ଦୀପକ ଗୁପ୍ତା । ଜଗା ଭଲ ଅଛି, ଖେଳୁଛି ଓ ଚିହ୍ନୁଚି । ତାର ଥ୍ରୀଡି ସିଟି ସ୍କାନ କରାଯାଇଛି । ଜଗାକୁ ଏବେ 7 ବର୍ଷ ହୋଇଛି 10 ବର୍ଷ ହେଲେ ସ୍କଲ୍ ଟ୍ରାନସ ପ୍ଲାଣ୍ଟ କଥା ଚିନ୍ତା କରାଯିବ । ଏଥି ସହିତ ଦୁଇଟି ସ୍ବତନ୍ତ୍ର ହେଲମେଟ ଜଗା ପାଇଁ ପ୍ରସ୍ତୁତ ହେବ । ଜଗା -ବଳିଆ ଅପରେସନ ଘଟଣା ଆମେରିକାର ଜର୍ଣ୍ଣାଲ ‘ନ୍ୟୁରୋ ସର୍ଜରୀ’ରେ ଦୁଇ ଦିନ ତଳେ ସ୍ଥାନ ପାଇଛି ।

ବିଶ୍ବର ସବୁଠାରୁ ଅଧିକ ପ୍ରଚଳିତ ଏହି ଜର୍ଣ୍ଣାଲ ରେ ଭାରତର କୌଣସି ଚିକିତ୍ସା ସମ୍ବନ୍ଧୀୟ ଷ୍ଟୋରୀ ପ୍ରଥମ କରି ସ୍ଥାନ ପାଇଛି । ଏହା ଭାରତୀୟ ଚିକିତ୍ସା ଇତିହାସ ରେ ବିରଳ ଉଦାହରଣ । ଜଗାକୁ ଏବେ ସ୍କୁଲ ପଠାଇବାକୁ ଦିଲ୍ଲୀ ଏଏମସ୍ ଡାକ୍ତର ଦୀପକ ଗୁପ୍ତା ପରାମର୍ଶ ଦେଇଛନ୍ତି । ଏହି ଅପରେସନକୁ ସଫଳ ଭାବେ କରାଯାଇଥିଲା  । ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆର ଘଟମାକୁ ଗୁରୁତ୍ୱର ସହ ନେଇଥିଲେ ରାଜ୍ୟ ସରକାର  । ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି  ।