ଦିଲ୍ଲୀ AIIMSର ସର୍ଭର ହ୍ୟାକ, ସାଇବର ଆଟାକ୍ ପଛରେ ଚୀନର ହାତ

ନୂଆଦିଲ୍ଲୀ: ଦିଲ୍ଲୀ AIIMSରେ ବଡ଼ଧରଣର ସାଇବର ଆଟାକ୍। ଚାଇନିଜ୍ ହ୍ୟାକରଙ୍କ ଦ୍ବାରା ଏମ୍ସର କମ୍ପ୍ୟୁଟର ସିଷ୍ଟମ ହ୍ୟାକ ହୋଇଥିବା ସୂଚନା ମିଳିଛି। ହ୍ୟାକରଙ୍କ ଦ୍ବାରା ଏମ୍ସର ୫ଟି ଫିଜିକାଲ ସର୍ଭର ହ୍ୟାକ ହୋଇଥିବା ସୂଚନା ମିଳିଛି। ତେବେ ହ୍ୟାକ ପରେ ଡାଟା ରିକୋଭରୀ ହୋଇଥିବା ଜଣାଯାଇଛି।
ଲକ୍ଷ ଲକ୍ଷ ରୋଗୀଙ୍କ ସମସ୍ତ ତଥ୍ୟ କମ୍ପ୍ୟୁଟର ସିଷ୍ଟମରେ ଥିବାବେଳେ ଏହି ହ୍ୟାକକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଏମ୍ସର ୧୦୦ ସର୍ଭର ମଧ୍ୟରୁ ୪୦ଟି ଫିଜିକାଲ ଓ ୬୦ଟି ଭର୍ଚୁଆଲ ସର୍ଭର ରହିଛି । ତେବେ ୫ଟି ଫିଜିକାଲ ସର୍ଭରକୁ ହ୍ୟାକରମାନେ ହ୍ୟାକ କରିଥିଲେ । ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନସ ବା ଆଇଏଫଏସଓ ଦ୍ବାରା ଏନେଇ ଏକ ମାମଲା ରୁଜୁ ହୋଇଛି ।