ଦାଦାର ବୋମା ମାଡ଼ରେ ପୁତୁରା ମୃତ

ପୁରୀ: ଦାଦାର ବୋମା ମାଡ଼ରେ ପୁତୁରା ମୃତ । ଡେଲାଙ୍ଗ ଥାନା ନଈଭସଂର ଗାଁରେ ହୋଇଛି ବୋମା ମାଡ଼ । ମୃତକ ହେଲେ ତପନ ଦାସ । ଅଭିଯୁକ୍ତ ଦାଦା ବିଦ୍ୟା ଦାସ ଫେରାର ହୋଇଯାଇଛି । ପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ସୂଚନା । ବୋମାମାଡ଼ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି । କ୍ୟାପିଟାଲ ହସ୍ପିଟାଲରେ ମୃତ ଦେହ ରହିଛି, ଶବବ୍ୟବଚ୍ଛେଦ କରାଯିବ । ପୋଲିସ ଘଟଣାର ତଦନ୍ତ କରିବା ସହ ଫେରାର ଦାଦାକୁ ଖୋଜୁଛି ।