spot_img

Latest Posts

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଛୁଟିରେ ଥାଇ ଆକ୍ରମଣରେ ମୃତ୍ୟୁ ହେଲେ ଅନ୍ ଡ୍ୟୁଟି ବିବେଚନା ହେବ

ନୂଆଦିଲ୍ଲୀ: ଛୁଟିରେ ଥାଇ କୌଣସି ସୈନିକଙ୍କର ଆକ୍ରମଣରେ ମୃତ୍ୟୁ ହେଲେ ତାକୁ ଅନ୍ ଡ୍ୟୁଟି ଭାବେ ବିବେଚନା କରାଯିବ। ସୂଚନା ଅନୁଯାୟୀ, ଛୁଟିରେ ଥିବାବେଳେ କୌଣସି ସୈନିକଙ୍କ ଉପରେ ଯଦି ଆତଙ୍କବାଦୀ କିମ୍ବା ମାଓବାଦୀ ଆକ୍ରମଣ ହୁଏ, ଆଉ ଏଥିରେ ଯଦି ଯବାନଙ୍କ ମୃତ୍ୟୁ ହୁଏ ତେବେ ତାକୁ ଅନ ଡ୍ୟୁଟି ଡେଥ ଭାବେ ବିବେଚନା କରାଯିବ। ପ୍ରତିରକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା ପରେ ଡ୍ୟୁଟିରେ ଥାଇ ଶହୀଦ ହେଲେ ଯବାନଙ୍କୁ ଯେଉଁଭଳି କ୍ଷତିପୂରଣ ଦିଆଯାଏ, ସେହିପରି ସମସ୍ତ ସହାୟତା ରାଶି ଏମାନଙ୍କୁ ମଧ୍ୟ ମିଳିବ ।

ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାନାମା ତିନି ସେନା ଉପରେ ଲାଗୁ କରାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଜଣେ ସୈନିକ ଛୁଟିରେ ଘରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯାଇଛନ୍ତି । ଏହି ସମୟରେ ତାଙ୍କୁ କେହି ଆତଙ୍କବାଦୀ କିମ୍ବା ଚରମପନ୍ଥୀ ଯଦି ହତ୍ୟା କରନ୍ତି, ତାହେଲେ ମୃତ୍ୟୁକୁ ଅନ ଡ୍ୟୁଟି ମୃତ୍ୟୁ ଭାବେ ଧରାଯିବ ବୋଲି ସ୍ପଷ୍ଟ କରାଯାଇଛି । ତାଙ୍କ ପରିଜନ ମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ।

Army

ଉଲ୍ଲେଖଯୋଗ୍ୟ, ସାମରିକ କର୍ମଚାରୀ ଛୁଟିରେ ଥିବା ବେଳେ ସେମାନେ ଅଧିକ ଆକ୍ରମଣର ଶୀକାର ହେଉଥିବା ନେଇ ଖବର ଗତ କିଛି ଦିନ ହେବ ଆସୁଛି । ଏହିଭଳି ଆକ୍ରମଣ ଘଟଣା ଅଧିକାଂଶ କଶ୍ମୀରରେ ଘଟୁଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯାହା ଯବାନ ମାନଙ୍କୁ ଏକପ୍ରକାର ଆଶ୍ୱସ୍ତି ପ୍ରଦାନ କରିଛି।

Latest Posts

Don't Miss