ଦୀପାବଳିର ଉତ୍ସାହ ଭିତରେ ବିଭିନ୍ନ ସ୍ଥାନରେ ଅଘଟଣ

ନନ୍ଦିଘୋଷ ବ୍ୟୁରୋ: ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବାଣ ଫୁଟାଇବା ବେଳେ କଟକ ନୟାସଡକ ଅଂଚଳରେ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହାନୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଅଗ୍ନିକାଣ୍ଡରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ସେହିପରି କଳାହାଣ୍ଡି ଭବାନୀପାଟଣା ମଳିପଡ଼ାଠାରେ ଥିବା କବାଡି ଦୋକାନରେ ଲାଗିଛି ନିଆଁ ।

ବାଣ ଫୁଟାଇବା ସମୟରେ ନିଆଁ ଲାଗି ଅଧାରୁ ଅଧିକ ଜିନିଷ ପୋଡ଼ଯାଇଛି । ଘଟଣାସ୍ଥଳରେ ଭାବନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଛି । ଅନ୍ୟପଟେ ପୁରୀ ସୁଆଣ୍ଡୋ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଷଠିଘରେ ନିଆଁ ଲାଗିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଫହଞ୍ଚି ନିଆଁକୁ ଆୟତ କରିଛନ୍ତି ।