ସିଂହଦ୍ଵାର ପରିବର୍ତ୍ତେ ଚଳିତ ବର୍ଷ ଏମାର ମଠ ପଛପାର୍ଶ୍ଵରେ ବଡ଼ବଡ଼ୁଆ ଡାକିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଉ କିଛିଟା ଦିନ ଅପେକ୍ଷା ପରେ ଆସିବ ପବିତ୍ର ଦୀପାବଳି । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ପୁରୀ ଯାଇ ସେଠାରେ ଦୀପାବଳି ପାଳନ କରିଥାନ୍ତି । କାଉଁରିଆ କାଠିଜାଳି ତାଙ୍କର ପୂର୍ବପୁରୁଷଙ୍କୁ ଧ୍ୟାନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ସହ ପୁରୀରେ ବାୟୁ ପ୍ରଦୂଷଣକୁ ନଜରରେ ରଖି କିଛି କଟକଣା ସହ କାଉଁରିଆ ଜାଳିବେ ଶ୍ରଦ୍ଧାଳୁ । ଦୀପାବଳି ଅମାବାସ୍ୟା ରେ ବଡ଼ବଡ଼ୁଆ ଡାକିବା ନେଇ ଶ୍ରୀମନ୍ଦିର ନିକଟରେ ସ୍ୱତନ୍ତ୍ର ସ୍ଥାନ ଅନୁଧ୍ୟାନ କଲା ଜିଲ୍ଲା ପ୍ରଶାସନ । ଏଥର ମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁ କାଉଁରିଆ ଜାଳିବେ ନାହିଁ ।

ମାତ୍ରାଧିକ କାଉଁରିଆ କାଠି ଜାଳିବା ହେତୁ ବାୟୁ ପ୍ରଦୂଷଣ ସମେତ ଅଗ୍ନି ନିରାପତା ପ୍ରତି ଧ୍ୟାନ ଦିଆଯାଇଛି । ସେଦିନ ଯେମିତି କାହାର କୌଣସି କ୍ଷତି ନହେଉ ସେଥିପାଇଁ ଏଭଳି ବ୍ୟବସ୍ଥା କଲା ପ୍ରଶାସନ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ପରିବର୍ତ୍ତେ ଚଳିତ ବର୍ଷ ଏମାର ମଠ ପଛପାର୍ଶ୍ଵ ଖାଲି ଥିବା ସ୍ଥାନରେ ବଡବଡୁଆ ଡାକିବା ନେଇ ପ୍ରାଥମିକ ସ୍ଥରରେ ହୋଇଛି ଯୋଜନା । ଏନେଇ ଆଜି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

Leave a Reply