ହରିଣ ଖାଇଲା ସାପ, କଣ ପାଇଁ ଏହାକୁ ବିପଜ୍ଜନକ ବୋଲି କହୁଛନ୍ତି ପରିବେଶବିତ୍ତ୍
1 min readନନ୍ଦିଘୋଷ ବ୍ୟୁରୋ: ହରିଣ ସାପ ଖାଏ କି ? ଆପଣ ଭାବୁଥିବେ ଏହା କେମିତିକା ପ୍ରଶ୍ନ । ଆମେ ପିଲାବେଳେ ପଢିଛେ ଯେ ହରିଣ ଏକ ତୃଣଭୋଜି ପ୍ରାଣୀ । ସେ କେବଳ ଘାସପତ୍ର ଖାଇ ବଞ୍ଚିଥାଏ । ଚିଡିଆଖାନାରେ ବି ହରିଣ ଡାଳପତ୍ର ଓ ଘାସ ଖାଉଥିବା ଦେଖିବାକୁ ମିଳେ । କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ୨୧ ସେକେଣ୍ଡର ଭିଡିଓରେ ହରିଣଟି ସାପ ଚୋବାଉଥିବା ଦେଖିବାକୁ ମିଳିଛି । ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଭିଡିଓ ଟିକୁ ସେୟାର କରି ଲେଖିଛନ୍ତି ‘‘ପ୍ରକୃତିକୁ ଭଲ ଭାବେ ବୁଝିବା ପାଇଁ କ୍ୟାମେରା ଆମକୁ ସାହାଯ୍ୟ କରୁଛି । ତୃଣଭୋଜୀ ପ୍ରାଣୀ ବି ବେଳେବେଳେ ସାପ ଖାଇ ପାରନ୍ତି ’’ ।
Cameras are helping us understand Nature better.
Yes. Herbivorous animals do eat snakes at times. pic.twitter.com/DdHNenDKU0— Susanta Nanda (@susantananda3) June 11, 2023
କିଛି ଦିନ ପୂର୍ବରୁ କିଙ୍ଗ କୋବରା ଭଳି ବିଷଧର ସାପକୁ ଏକ ଅସୁସ୍ଥ ଓଟକୁ ସୁସ୍ଥ କରିବା ପାଇଁ ଖାଇବାକୁ ଦିଆଯାଇଥିଲା । ଏବେ ହରିଣର ବଦଳୁଥିବା ଅଭ୍ୟାସ ଦେଖି ଚିନ୍ତାରେ ପରିବେଶବିତ୍ତ୍ । କାରଣ ଏପରି ହେଲେ ଫୁଡ୍ ଚେନ ଅର୍ଥାତ ପରସ୍ପର ଉପରେ ନିର୍ଭରତା କ୍ରମରେ ପରିବର୍ତ୍ତନ ଆସିବ ।
ତେବେ ଅସହ୍ୟ ଭୋକ କାରଣରୁ ବୋଧହୁଏ ହରିଣଟି ସାପ ଖାଇବା ପାଇଁ ବାଧ୍ୟ ହୋଇଥିବ ବୋଲି କେତେକ ପରିବେଶବିତ୍ତ୍ ମତ ଦିଅନ୍ତି । କାରଣ ପ୍ରକୃତିର ଇକୋସିଷ୍ଟମରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ ହରିଣ । ଯଦି ଏହାର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟେ ଜଙ୍ଗଲର ବ୍ୟବସ୍ଥା ବିଗିଡିବା ବି ଏକ ପ୍ରକାର ନିଶ୍ଚିତ ହେବ ।
ଆପଣ ଜାଣିରଖନ୍ତୁ ଯେ ହରିଣ ଘାସପତ୍ର ଛଡା ବେଳେବେଳେ ଛତୁ, ଫୁଲ, ବାଦାମ ଓ ଅଖରୋଟ ଆଗ୍ରହର ସହ ଖାଇଥାଏ । ରାଜସ୍ଥାନର ବିଷ୍ଣୋଇ ସମାଜ ହରିଣ ଛୁଆକୁ ନିଜ ଛୁଆ ଭଳି ଲାଳନ ପାଳନ ମଧ୍ୟ କରିଥାନ୍ତି । ବୋତଲରେ ସେମାନେ ହରିଣ ଛୁଆକୁ କ୍ଷୀର ପିଆଇଥାନ୍ତି ।