ଡ୍ରଗ୍ସ ଚାଟ୍ ଗ୍ରୁପର ଆଡମିନ୍ ଥିଲେ ଦୀପିକା ! ଜାଣନ୍ତୁ କିଏ କିଏ ଥିଲେ ସଦସ୍ୟ…

ମୁମ୍ବାଇ: ଡ୍ରଗ୍ସ ବିବାଦରେ ଫସିଥିବା ଦୀପିକା ପାଦୁକୋନକୁ ନେଇ ଆଉ ଏକ ଚମକାଇଦେବା ଭଳି ଖୁଲାସା ହୋଇଛି । ସୂଚନା ମୁତାବକ ଦୀପିକା ପାଦୁକୋନ ସେହି ହ୍ୱାଟସଆପ ଗ୍ରୁପର ଆଡମିନ ଥିଲେ ଯେଉଁ ଗ୍ରୁପରେ ଡ୍ରଗ୍ସ ମଗାଯାଉଥିଲା । ଖୋଦ ଦୀପିକା ପାଦୁକୋନ ୨୦୧୭ ମସିହାରେ ସେହି ଗ୍ରୁପରେ ଡ୍ରଗ୍ସ ମାଗିଥିଲେ । କୁହାଯାଉଛି ଯେ ଏହି ଗ୍ରୁପରେ ଜୟା ଶାହା ଏବଂ କରିଶ୍ମା ମଧ୍ୟ ଶାମିଲ ଥିଲେ । ଏମିତି ପରିସ୍ଥିତିରେ ଦୀପିକାଙ୍କ ଅଡ଼ୁଆ ବଢ଼ିପାରେ । ଏନସିବି ପ୍ରଥମେ ଶୁକ୍ରବାର ଦିନ ଦୀପିକାଙ୍କୁ ଡାକି ପଚରାଉଚରା କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଶନିବାର ଡାକିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଦିନ କେବଳ ରକୁଲ ପ୍ରୀତ ଏବଂ କରିଶ୍ମାଙ୍କୁ ଜେରା କରାଯାଇଛି ।

ତେବେ ଡ୍ରଗ୍ସ କନେକସନକୁ ନେଇ ଆଜି ଏନସିବି ରକୁଲପ୍ରୀତଙ୍କୁ ପଚରାଉଚରା କରୁଛି । ପଚରାଉଚରା ବେଳେ ରକୁଲପ୍ରୀତ ରିୟାଙ୍କ ମୁଣ୍ଡରେ ଅଠା ବୋଳି ଦେବା ଭଳି ସୂଚନା ମିଳୁଛି । ସୂଚନା ମୁତାବକ, ଏନସିବି ସାମ୍ନାରେ ରକୁଲ ଡ୍ରଗ୍ସ ନେବା କଥାକୁ ଖଣ୍ଡନ କରିଛନ୍ତି । ଡ୍ରଗ୍ସ ପେଡେଲାର ମାନଙ୍କ ସହିତ କନେକସନ ଥିବା କଥାକୁ ମଧ୍ୟ ରକୁଲ ଖଣ୍ଡନ କରିଛନ୍ତି । କିନ୍ତୁ ଏନସିବି ତାଙ୍କ କଥାକୁ ବିଶ୍ୱାସ କରିନଥିବା ସୂଚନା ରହିଛି ।

ପୂର୍ବ ସୂଚନା ଅନୁଯାୟୀ ଏନସିବିର ପଚରାଉଚରା ପରେ ରିୟ ଚକ୍ରବର୍ତ୍ତୀ ରକୁଲପ୍ରୀତଙ୍କ ନାଆ ନେଇଥିଲେ । ସେ କହିଥିଲେ ଯେ, ରକୁଲ ଡ୍ରଗ୍ସ ନିଆନ୍ତି । ରକୁଲ ଏବଂ ରିୟା ଭଲ ସାଙ୍ଗ ଥିଲେ । କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବ୍ଲେମ ଗେମ୍ ଚାଲିଥିବା ସଫା ସଫା ଦେଖିବାକୁ ମିଳୁଛି । ରିୟା ଡ୍ରଗ୍ସ ମାମଲାରେ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି  । କୋର୍ଟ ତରଫରୁ ତାଙ୍କୁ ଜାମିନ ମିଳିପାରିନାହିଁ ।

ରକୁଲପ୍ରୀତ ସିଂହ ଗୁରୁବାର ହାଇଦ୍ରାବାଦରେ ନିଜ ଫିଲ୍ମର ସୁଟିଂ ଛାଡ଼ି ମୁମ୍ବାଇ ଆସିଥିଲେ । ରକୁଲ ଅନେକ ହିନ୍ଦି ଏବଂ ସାଉଥ ଫିଲ୍ମରେ କାମ କରିସାରିଛନ୍ତି । ରକୁଲଙ୍କ ପରେ ଶନିବାର ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ।

Leave a Reply