ଆଜି ରଣବୀର- ଦୀପିକାଙ୍କ ପଞ୍ଚମ ବିବାହ ବାର୍ଷିକୀ, ଜାଣନ୍ତୁ ବିବାହରେ କେତେ ଟଙ୍କା କରିଥିଲେ ଖର୍ଚ୍ଚ?

ମୁମ୍ବାଇ: ଦୀପିକା ଏବଂ ରଣବୀରଙ୍କ ଆଜି ହେଉଛି ପଞ୍ଚମ ମ୍ୟାରେଜ୍ ଆନିଭର୍ସରୀ । ବଲିଉଡର ବେଶ ଜଣାଶୁଣା ଏହି ଦମ୍ପତିଙ୍କ ବିବାହକୁ ପାଞ୍ଚ ବର୍ଷ ପୁରିଥିବାବେଳେ ବେଶ ହସଖୁସିରେ ଜୀବନ କଟୁଛି । ତେବେ ଏମାନଙ୍କ ବିବାହ ଏକ ରାଜକୀୟ ଶୈଳୀରେ ହୋଇଥିଲେ । ରୟାଲ ମ୍ୟାରେଜ କରିଥିବା ଏହି ଦମ୍ପତିଙ୍କ ବିବାହରେ କେତେ ଟଙ୍କା ହୋଇଛି? ତାକୁ ନେଇ ଆଜି ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ । ପୋଷାକଠାରୁ ଆରମ୍ଭ କରି ବିବାହ ମଣ୍ଡପ ପର୍ଯ୍ୟନ୍ତ । ସମସ୍ତ ଖର୍ଚ୍ଚ ମିଶି କେତେ ହୋଇଛି?

୨୦୧୮ ନଭେମ୍ବର ୧୪ ତାରିଖରେ ବିବାହ କରିଥିଲେ ଏହି ଷ୍ଟାର ଦମ୍ପତି । ଇଟାଲୀର ଲେକ କୋମାରେ ସେମାନଙ୍କ ବିବାହ ହୋଇଥିଲା । ଏକ ରାଜକୀୟ ଢ଼ଙ୍ଗରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଲେକରେ ଥିବା ୭୬ ରୁମ ବୁକ କରିଥିଲେ । ତେବେ ଗୋଟିଏ ରୁମର ମୂଲ୍ୟ ରାତିକୁ ୩୩ ହଜାର ରହିଥିଲା । ୭୫ ରୁମ ୭ ଦିନ ପାଇଁ ବୁକ୍ କରିଥିଲେ । ଯାହାର ମୂଲ୍ୟ ହେଉଛି ୧ କୋଟି ୭୩ ଲକ୍ଷ୍ୟ ଟଙ୍କା । ଏହାସହ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସମସ୍ତ ଖର୍ଚ୍ଚ ମିଶାଇ ୯୫ େକାଟି ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଛି । ଯାହାକି ଶୁଣିଲେ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ମାତ୍ର ରାଜକୀୟ ଢ଼ଙ୍ଗରେ ବିବାହ କରିଥିବାବେଳେ ବ୍ୟବୟବହୁଳ ବିବାହ ବୋଲି ମଧ୍ୟ କହିପାରିବା । ଯାହାକି ଗଣମାଧ୍ୟମରେ ମଧ୍ୟ ଖବର ପାଲଟିଥିଲା । ଦୀପିକା ପିନ୍ଧିଥିବା ମଙ୍ଗଳସୂତ୍ରର ଦାମ କେବଳ ୨୦ ଟଙ୍କା ଥିବା କୁହାଯାଉଛି ।