spot_img

Latest Posts

ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ପିଲାଦିନର ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡର ଆଗଧାଢୀ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିଲାବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଦୀପିକା ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ନିଜ ଅଭିନୟ ଦ୍ୱାରା ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ବଲିଉଡର ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା । ଦୀପିକା ଏବେ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୪୭ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି  । ଟ୍ୱିଟରରେ ମଧ୍ୟ ୨୭ ମିଲିୟନରୁ ଅଧିକ ଲୋକେ ତାଙ୍କୁ ଫଲୋ କରନ୍ତି । ଏହା ବ୍ୟତୀତ ତାଙ୍କର ଅନେକ ଫ୍ୟାନ ପେଜ୍ ମଧ୍ୟ କ୍ରିଏଟ୍ କରାଯାଇଛି । ଏବେ ଲକଡାଉନ୍ ଭିତରେ ଦୀପିକା ନିଜ ସମୟ କେମିତି କାଟୁଛନ୍ତି ତାହା ସେୟାର କରନ୍ତି । ହେଲେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଏକ ପିଲାବେଳର ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ଦୀପିକାଙ୍କର ଏହି ଫଟୋ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫଟୋ ଦୀପିକାଙ୍କ ଫ୍ୟାନ ପେଜ୍ ରେ ସେୟାର କରାଯାଇଛି । ପିଲାଦିନର ଏହି ଫଟୋରେ ଦୀପିକା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୀପିକା ନିଜ ପିତାମାତାଙ୍କୁ ଲକଡାଉନ୍ ରେ ବହୁତ ମିସ୍ କରୁଛନ୍ତି । ଦୀପିକା ପାଦୁକୋନଙ୍କ କହିବା ଅନୁସାରେ ଲକଡାଉନ୍ ସରିବା ମାତ୍ରେ ସେ ପ୍ରଥମେ ବାଙ୍ଗଲୋର ଯାଇ ପିତାମାତାଙ୍କୁ ଭେଟିବେ । ଏବଂ ଏହା ପରେ ସେ ଶକୁନ ବତ୍ରାଙ୍କ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଶେଷ ଥର ପାଇଁ ଛପାପ ଫିଲ୍ମରେ ଦୀପିକା ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ସେ ରଣଭୀର ସିଂହଙ୍କ ସହ ଫିଲ୍ମ ୮୩ ରେ କାମ କରିଛନ୍ତି। ରଣଭୀର ସିଂହ ଏହି ଚଳଚ୍ଚିତ୍ରରେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ।

 

 

 

 

Latest Posts

Don't Miss