ଚର୍ଚ୍ଚାରେ ଦୀପିକା, ରାମାୟଣର ସୀତା ପରେ ଏବେ ସରୋଜିନୀ ନାଇଡୁ…!

1 min read

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ କେନ୍ଦ୍ର ସରକାର ଦୁରଦର୍ଶନରେ ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣର ପୁନଃ ଟେଲିକଷ୍ଟ ଆରମ୍ଭ କରିଥିଲେ । ରାମାୟଣର ପୁନର୍ବାର ପ୍ରସାରଣ ସହିତ ନୂତନ ରେକର୍ଡ ମଧ୍ୟ ତିଆରି ହେବା ଆରମ୍ଭ ହେଲା । କିନ୍ତୁ ସବୁଠାରୁ ଚର୍ଚ୍ଚାର କଥା ଥିଲା ଯେ, ରାମାୟଣରେ କାର୍ଯ୍ୟ କରୁଥିବା କଳାକାରମାନେ ପୁଣିଥରେ ଆଲୋଚନାର କେନ୍ଦ୍ର ପାଲଟିଥିଲେ । ସୋସିଆଲ ମିଡିଆ ଠାରୁ ଖବରକାଗଜ ପର୍ଯ୍ୟନ୍ତ ସବୁଠି ସେମାନଙ୍କର ଆଲୋଚନା ଆରମ୍ଭ ହୋଇଥିଲା ।

ଧାରାବାହିକ ରାମାୟଣରେ ସୀତା ଭୂମିକାରେ ଅଭିନୟ କରୁଥିବା ଦୀପିକା ଚିଖଲିଆ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଦୀପିକା ଚିଖଲିଆ ବର୍ତ୍ତମାନ ତାଙ୍କ ଅଲଗା ପ୍ରୋଜେକ୍ଟରେ କାମ କରୁଛନ୍ତି । ଦୀପିକା ଖୁବ୍ ଶୀଘ୍ର ସରୋଜିନୀ ନାଇଡୁ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଧୀରଜ ମିଶ୍ର ଲେଖିଛନ୍ତି ଏବଂ ଆକାଶ ନାୟକ ନିର୍ଦ୍ଦେଶନା ଦେଉଛନ୍ତି । ଚଳଚ୍ଚିତ୍ରର ଟାଇଟଲ୍ ମଧ୍ୟ ରହିଛି ସରୋଜିନୀ ।

ଦୀପିକା ନିଜ ଟ୍ୱିଟରରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଦୀପିକାଙ୍କ ଫଟୋ ସହିତ ସ୍ୱତନ୍ତ୍ରତା କି ନାୟିକା କି ଏକ ଅନ୍‌କହି କାହାନୀ’ । ଏହା ପୋଷ୍ଟର ସରୋଜିନୀର ଫାଷ୍ଟ ଲୁକ୍‌ ବୋଲି ମଧ୍ୟ ଦୀପିକା ପୋଷ୍ଟରେ ଲେଖିଛନ୍ତି ।

ଏହାପୂର୍ବରୁ ଇଣ୍ଡିଆ ଟୁଡେ ସହିତ ଏକ ସ୍ୱତନ୍ତ୍ର ଆଲୋଚନାରେ ଦୀପିକା ଏହି ଫିଲ୍ମ ବିଷୟରେ ସୂଚନା ଦେଇତିଲେ । ସେ କହିଥିଲେ, ‘ସରୋଜିନୀ ନାଇଡୁଙ୍କ ବାୟୋପିକ୍ରେ ଅଭିୟନ କରିବାକୁ ତାଙ୍କୁ ଅଫର୍‌ ରହିଛି ।

Leave a Reply