ଘଣ୍ଟା ପ୍ରତି ୭ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’

1 min read
Deep Depression Intensified Into Cyclone Gulab

ଭୁବନେଶ୍ୱର: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ବାତ୍ୟା ‘ଗୁଲାବ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ପଶ୍ଚିମ ଦିଗରେ ଗତି କରୁଛି ।

ବାତ୍ୟା ‘ଗୁଲାବ’ ଏବେ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୩୭୦ କିଲୋମିଟର ଦୂରରେ ରହିଛି । ସେହିଭଳି ଆନ୍ଧ୍ରର କଳିଙ୍ଗପାଟଣମ ଠାରୁ ପୂର୍ବରେ ୪୪୦ କିମି ଦୂରରେ ରହିଛି ବାତ୍ୟା ‘ଗୁଲାବ’ । ଏହା ପଶ୍ଚିମକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ୨୬ ସନ୍ଧ୍ୟାରେ ଅତିକ୍ରମ କରିପାରେ ।

Deep Depression Intensified Into Cyclone Gulab

ପ୍ରଭାବରେ ୨୬ ସକାଳୁ ପବନର ବେଗ ବୃଦ୍ଧି ପାଇବ । ଘଣ୍ଟାପ୍ରତି ପବନର ବେଗ ୭୫ରୁ ୮୫ କିମି ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୯୫ କିମି ବେଗ ରହିବ । ୨୬ ତାରିଖ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଗୋପାଳପୁର ଠାରୁ ୪୧୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’, ଜାଣନ୍ତୁ ‘ଗୁଲାବ’ର ଅର୍ଥ

ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ସମୁଦ୍ରରେ ୦.୫ ମିଟରର ଜୁଆର ଆସିବ ।

Leave a Reply