ଭଲ ଖେଳିଲେ ହଷ୍ଟେଲରେ ଯାଗା ଅଛି : କ୍ରୀଡାମନ୍ତ୍ରୀ
1 min read
ଭୁବନେଶ୍ୱର: ଏବେ ଭଲ ଖେଳ ପ୍ରଦର୍ଶନ କଲେ ମିଳିବ ହଷ୍ଟେଲରେ ରହିବାର ସୁଯୋଗ । କ୍ରୀଡ଼ା ମନ୍ତ୍ରୀ ତୁସାରକାନ୍ତି ବେହେରା ଏମିତି କଡା ତାଗିଦ କରିଛନ୍ତି । ଭଲ ପ୍ରଦର୍ଶନ ନ କଲେ, ହଷ୍ଟେଲରେ ରହିବାର ସୁଯୋଗ ଖେଳାଳୀଙ୍କୁ ମିଳିବ ନାହିଁ । ସବୁ ୧୮ ବର୍ଷରୁ ଅଧିକ ବୟସ୍କ ଖେଳାଳୀଙ୍କୁ ଟିମରୁ ବାହାର କରାହେବ ନାହିଁ। ଯିଏ ଭଲ ଖେଳିବେ, ସିଏ ଟିମରେ ରହିବ। ୧୬ଟି କ୍ରୀଡ଼ା ହଷ୍ଟେଲରେ ବି ଏବେଠାରୁ ଆଉ ସବୁ ଖେଳର ଛାତ୍ର ରହିବେ ନାହିଁ। ଏହା ୨ରୁ ତିନିକୁ ସୀମିତ ରହିବ। ଏଥିରେ ଭଲ ଭାବେ ସବୁ ଖେଳକୁ ସମୟ ଦେଇ ହେବ।
ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବର ସୁଧା ଫିଫା ଅଣ୍ଡର ୧୭ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ (FIFA Under 17 Qualifying ) ପାଇଁ ତିନୋଟି ଷ୍ଟାଡିଅମ ପ୍ରସ୍ତୁତି ସରିବ। କଳିଙ୍ଗ ଷ୍ଟାଡିଅମରେ ଦୁଇଟି, ସପ୍ତମ ବଟାଲିଅନରେ ଗୋଟିଏ ଓ କ୍ୟାପିଟାଲ ହାଇସ୍କୁଲରେ ଗୋଟେ ପଡ଼ିଆ ଏଥିପାଇଁ ପ୍ରସ୍ତୁତ ହେବ । ଚଳିତ ବର୍ଷ ନଭେମ୍ବର ବଦଳରେ ଆସନ୍ତା ୨୦୨୧ରେ ଭୁବନେଶ୍ୱରରେ ହେବ ମ୍ୟାଚ। ତେବେ କରୋନା ପାିଁ କ୍ରୀଡା ଭିତ୍ତିଭୂମି ସଂପ୍ରସାରଣରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଆଜି କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ବିଭିନ୍ନ କ୍ରୀଡା ସଂଘଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୧୬ କ୍ରୀଡା ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ ୧୮ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ହଷ୍ଟେଲରେ ରଖାଯିବା ପାଇଁ ସଂଘ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିବା ସହ ପ୍ରଦର୍ଶନକୁ ନେଇ କ୍ରୀଡା ମନ୍ତ୍ରୀ ଏଭଳି କଡା ତାଗିଦ କରିଛନ୍ତି ।