ଡିସେମ୍ବର ୨୧ କିମ୍ବା ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ
ଭୁବନେଶ୍ୱର: ଡିସେମ୍ବର ୨୧ କିମ୍ବା ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ । ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ଛୋଟ ଦିନରୁ ହିଁ ଶୀତଦିନ ଆରମ୍ଭ ହୋଇଥାଏ । ଧିରେ ଧିରେ ଦିନ ଗୁଡିକ ଅଧିକରୁ ଅଧିକ ବଡ଼ ହୋଇଥାଏ । ସେହି କ୍ରମରେ ମାର୍ଚ୍ଚ ୨୨ ବା ୨୩ ବେଳକୁ ଦିନ ରାତି ପାଖାପାଖି ସମାନ ରୁହେ ।
ଭୁବନେଶ୍ବର ପାଇଁ ଚଳିତ ବର୍ଷର ଡିସେମ୍ବର ୨୧ରେ ସବୁଠାରୁ ଛୋଟଦିନ ହେବ । ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଭୁବନେଶ୍ବରରେ ଡିସେମ୍ବର ୧୫ରୁ ଡିସେମ୍ବର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ହୁଏ । ଡିସେମ୍ବର ୨୧ରେ ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ ହେବ । ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ ।
ଜୁନ ୨୧ ବା ୨୨ ତାରିଖରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବର୍ଷ ସାରା ଦିନର ଦୌର୍ଘ୍ୟରେ ବଡ଼ ପ୍ରାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନ ଗୁଡିକ ଅତ୍ୟନ୍ତ ଛୋଟ ହୁଏ ।