ପୋଲିସ ସହାୟତା ମାଗିଲେ ନିତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ

ଦେବଗଡ଼: ଥାନାର ଦ୍ୱାରସ୍ଥ ହେଲେ ସମ୍ବଲପୁର ଲୋକସଭା ସଦସ୍ୟଙ୍କ ପତ୍ନୀ ।  ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ପୋଲିସର ସହାୟତା ମାଗିଛନ୍ତି ରାଣୀ ଅରୁନ୍ଧତୀ ଦେବୀ । ଏ ନେଇ ସେ ଦେବଗଡ ଥାନାରେ ଏତଲା ଦେଇଛନ୍ତି । ଏତଲାରେ ସେ ଦର୍ଶାଇଛନ୍ତି ଯେ ରାଜବାଟୀର ତଳ ମହଲାର କେହି ତାଲା ଭାଙ୍ଗି ଦେଇଛି । ଏଭଳି କାର୍ଯ୍ୟକୁ ନିନ୍ଦା ପ୍ରକଟ କରିଛନ୍ତି ଅରୁନ୍ଧତୀ ।

ଏତଲାରେ ରାଣୀ ଦର୍ଶାଇଛନ୍ତି ତାଙ୍କୁ କିଛି ଲୋକ ଦୁର୍ବଳ ଭାବୁଛନ୍ତି, ଯେଉଁଥିପାଇଁ ଏପରି କାର୍ଯ୍ୟ ସେମାନେ ଘଟାଉଛନ୍ତି । ସେ କିନ୍ତୁ ଏହି ଘଟଣା ପଛରେ କାହାର ସଂପୃକ୍ତି ଅଛି, ତାହା କହିନାହାନ୍ତି । ରାଣୀ କହିଛନ୍ତି, ଦେବଗଡ଼ ଲୋକମାନେ ଏକଥା ଜାଣିଛନ୍ତି । ପୋଲିସ ଉପରେ ତାଙ୍କର ଭରସା ଅଛି  ।  ତେବେ ଅରୁନ୍ଧତୀ ଦେବୀ ଏହି ଘଟଣା ପାଇଁ ତାଙ୍କର କିଛି ଶତ୍ରୁକୁ ଇଙ୍ଗିତ କରିଛନ୍ତି । ବିଶେଷକରି ପୌର ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ତାଙ୍କ ଯାଆ ଏବଂ ଅନ୍ୟମାନଙ୍କ ଭୂମିକାକୁ ନେଇ ସନ୍ଦେହ କରୁଛନ୍ତି ଅରୁନ୍ଧତୀ ଦେବୀ।