‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଉପଲକ୍ଷେ ବିତର୍କ ପ୍ରତିଯୋଗିତା

ପୁରୀ: ଦୈନିକ ଖବରକାଗଜ ସକାଳର ଦ୍ବିତୀୟ ସ୍ବନକ୍ଷତ୍ର ଉପଲକ୍ଷେ ସକାଳ ଓ ବୈଦ୍ୟୁତିକ ଗଣମାଧ୍ୟମ ନନ୍ଦିଘୋଷ ଟିଭିର ମିଳିତ ଆନୁକୂଲ୍ୟରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପୁରୀ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଚ୍ଚବିଦ୍ୟାଳୟସ୍ତରରେ କନିଷ୍ଠ ବର୍ଗରେ ୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ସେହିପରି ମହାବିଦ୍ୟାଳୟସ୍ତରର ବରିଷ୍ଠ ବର୍ଗରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟଅତିଥି ଭାବେ ଶିଳ୍ପପତି ଗିରିଶ ନାୟକ, ବିଚାରକ ଭାବେ ଶ୍ରୀମନ୍ଦିର ସ୍ବତନ୍ତ୍ର ପ୍ରଶାସନିକ ଅଧିକାରୀ ତଥା ଓଏସଡି ଶୁଂଭ୍ରାଶୁ ଶେଖର ପାଢୀ, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, ସଦାଶିବ ସଂସ୍କୃତ ମହାବିଦ୍ୟାଳୟର ସରକାରୀ ପ୍ରଫେସର ମଧୁସ୍ମିତା ମିଶ୍ର ଯୋଗଦେଇଛନ୍ତି ।

ସୋହିଭଳି ରାଉରକେଲା ସହରର ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ ସ୍କୁଲଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବିତର୍କ ପ୍ରତିଯୋଗିତା । ଉଭୟ ଜୁନିୟର ଓ ସିନିୟର ବର୍ଗରେ ଓଡିଆ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।