spot_img

Latest Posts

କରୋନା ନେଉଛି ମଧୁମେୟ ରୋଗୀଙ୍କ ଜୀବନ, ୨୪ଘଣ୍ଟାରେ ୪ମୃତ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ମୁଣ୍ଡନେଲା କରୋନା । ଦିନ ବଢିବା ସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଠିକ୍ ସେମିତି ସଂକ୍ରମିତଙ୍କ ଧାରାରେ ବଢୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରେକର୍ଡ ସ୍ତରରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୭୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଆଜି ୪ଜଣଙ୍କ ପ୍ରାଣ ନେଇଛି କରୋନା ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି । ଗତକାଲି ୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୬ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁ ବରଣ କରିଥିବା ୬ଜଣ ସଂକ୍ରମିତଙ୍କ ମଧ୍ୟରୁ କରୋନା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଅନ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ୪ଜଣ ସଂକ୍ରମିତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।

ଗଞ୍ଜାମରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୪୧ବର୍ଷିୟ ପୁରୁଷ ଯିଏ କି ଉଚ୍ଚ ରକ୍ତଚାପରେ ପିଡୀତ ଥିଲେ । ଏବଂ ୨ୟ ଜଣଙ୍କ ହେଉଛନ୍ତି ୫୮ବର୍ଷିୟ ପୁରୁଷ ।  ଆଉ ଦୁଇ ଜଣ ହେଉଛନ୍ତି ୪୮ ବର୍ଷିୟ ପୁରୁଷ ଓ ୩୨ବର୍ଷିୟ ପୁରୁଷ ଏମାନେ ପୂର୍ବରୁ ମଧୁମେୟ ରୋଗରେ ପିଡ଼ିତଥିବା ଜଣାପଡ଼ିଛି । ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସରକାରଙ୍କ ଏହି ସ୍କିମରେ କରୋନାର ମାଗଣା ଚିକିତ୍ସା ! ଲିଷ୍ଟରେ ଏମିତି ଯାଞ୍ଚ୍ କରିପାରିବେ ନିଜର ନାଁ…

ସେହିଭଳି ଆଜି ଚିହ୍ନଟ ହୋଇଥିବା ସମୁଦାୟ ୭୫୫ଜଣ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୩୨୦ଜଣ ଚିହ୍ନଟ ହୋଇଛନ୍ତି । ୪ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ୩୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪୧୬ରେ ପହଞ୍ଚିଛି ।

Latest Posts

Don't Miss